ପେଟ୍ରୋଲ ଢ଼ାଳି ନିଆଁ ଲଗାଇଦେଲା ଅଭିଯୁକ୍ତ

ସତ୍ୟପାଠ ବ୍ୟୁରୋ : ଏକତରଫା ପ୍ରେମର କରୁଣ ପରିଣତି । ଛାତ୍ରୀଙ୍କ ଉପରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଦେଲା ଯୁବକ । ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ସେମିଳିଗୁଡାରେ । ନିଆଁରେ ଛାତ୍ରୀଙ୍କ ଶରୀରର ପ୍ରାୟ ୮୦ ପ୍ରତିଶତ ଅଂଶ ଜଳିଯାଇଛି । ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତୀ କରାଯାଇଛି ।

କୋରାପୁଟ ନନ୍ଦପୁର ଅଂଚଳର ଜନୈକା ଛାତ୍ରୀ ସେମିଳିଗୁଡାରେ ଭଡାଘରେ ରହି କଲେଜରେ ପାଠ ପଢ଼ୁଥିଲେ । ତେବେ ଆକ୍ରମଣକାରୀ ଦୁବୃର୍ତ୍ତ ଛାତ୍ରୀଙ୍କ ଭଡାଘରକୁ ଆସି ତାଙ୍କ ଉପରେ ପେଟ୍ରୋଲ ପକାଇ ନିଆଁ ଲଗାଇ ଦେଇଥିବା ଜଣାପଡିଛି । ଛାତ୍ରୀଙ୍କ ଚିକ୍ରାର ଶୁଣି ପଡୋଶୀ ପୁଲିସକୁ ଖବର ଦେବାରେ ପୁଲିସ ଗୁରୁତର ଛାତ୍ରୀଙ୍କୁ ଉଦ୍ଧାର କରି କୋରାପୁଟ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତୀ କରାଇଥିଲା । ତେବେ ସେଠାରେ ତାଙ୍କ ଅବସ୍ଥା ଅଧିକ ସଂକଟାପନ୍ନ ହେବାରୁ ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଏକତରଫା ପ୍ରେମକୁ ନେଇ ଏଭଳି କାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।

Related Posts