ମନିଷ ସିଶୋଦିଆ ଭାରତ ରତ୍ନ ପାଇବା ପାଇଁ ଯୋଗ୍ୟ, ହେଲେ ତାଙ୍କ ଉପରେ ସିବିଆଇ ରେଡ୍‌ କରାଯାଉଛି : ଅରବିନ୍ଦ କେଜ୍ରିୱାଲ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିଶୋଦିଆଙ୍କ ଘରେ ସିବିଆଇ ରେଡ୍‌ ନେଇ ରାଜନୀତି ରାଜନୀତି ଥମିବାର ନାଁ ନେଉନାହିଁ। ଏହି ମାମଲାରେ ଆରୋପ-ପ୍ରତ୍ୟାରୋପ ଜାରି ରହିଥିବା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ପ୍ରମୁଖ ଅରବିନ୍ଦ କେଜ୍ରିୱାଲ ଚକିତ କଲା ଭଳି ଏକ ବୟାନ ଦେଇଛନ୍ତି। ସିଶୋଦିଆଙ୍କୁ ପ୍ରଶଂସା କରିବାକୁ ଯାଇ ସେ ଭାରତ ରତ୍ନ ପାଇଁ ଯୋଗ୍ୟ ବୋଲି କେଜ୍ରିୱାଲ କହିଛନ୍ତି ।ଗୁଜରାଟ ଗସ୍ତରେ ଥିବା କେଜ୍ରିୱାଲ କହିଛନ୍ତି ଯେ, ମନୀଷ ସିସୋଦିଆ ଦିଲ୍ଲୀର ସରକାରୀ ସ୍କୁଲରେ ବ୍ୟାପକ ସଂସ୍କାର ଆଣିଛନ୍ତି। ଯାହା ବିଗତ ୭୦ ବର୍ଷରେ ଅନ୍ୟ ଦଳର ସରକାର ମାନେ କରିପାରି ନାହାନ୍ତି। ସେଭଳି ବ୍ୟକ୍ତି ଭାରତ ରତ୍ନ ପାଇବା ପାଇଁ ଯୋଗ୍ୟ। ସାରା ଭାରତର ଶିକ୍ଷା ବ୍ୟବସ୍ଥା ତାଙ୍କ ହାତକୁ ଦିଆଯିବା ଉଚିତ୍। କିନ୍ତୁ ଏହା ବଦଳରେ କେନ୍ଦ୍ର ସରକାର ତାଙ୍କ ଉପରେ ସିବିଆଇ ରେଡ୍‌ କରୁଛନ୍ତି।

ସୂଚନା ଅନୁସାରେ ଦିଲ୍ଲୀ ଅବକାରୀ ନୀତି ଅନିୟମିତତା ମାମଲାରେ ସିବିଆଇ ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ମନୀଷ ସିଶୋଦିଆଙ୍କ ଘରେ ରେଡ୍ କରିଥିଲା। ଏହାପରେ ମନୀଷଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍ ମଧ୍ୟ ଜାରି କରିଛି ସିବିଆଇ। ଏସବୁ ଭିତରେ ବିଜେପି ଓ ଆପ ନେତାଙ୍କ ମଧ୍ୟରେ ଟଣା ଓଟରା ଜାରି ରହିଛି। ତେବେ ବର୍ତ୍ତମାନ ମନୀଷଙ୍କୁ ନେଇ କେଜ୍ରିୱାଲଙ୍କ ଏଭଳି ମନ୍ତବ୍ୟ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି।

Related Posts