ରାଜ୍ୟରେ ପ୍ରାକ୍ ମୌସୁମୀ ବର୍ଷା ଜାରୀ

ସତ୍ୟପାଠ ବ୍ୟୁରୋ : ଆଜି ଓଡିଶା ଉପକୂଳ ଛୁଇଁପାରେ ମୌସୁମୀ । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାକ୍ ମୌସୁମୀ ବର୍ଷା ଜାରୀ ରହିଛି । ପାଗ କୋହଲା ରହିବା ସହ ହାଲୁକା ପବନ ମୌସୁମୀ ଆଗମନର ସୂଚନା ଦେଉଛି ।

ଗତକାଲି ଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେଉଛି । ପାଣିପାଗ ବିଭାଗ ପକ୍ଷରୁ ଏହାକୁ ପ୍ରାକ୍ ମୌସୁମୀ ବର୍ଷା ବୋଲି କୁହାଯାଇଛି । ସେହିଭଳି ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଏହି ସମ୍ଭାବନାକୁ ଅଧିକ ବଢ଼ାଇ ଦେଇଛି । ଏହାର ପ୍ରଭାବରେ ଉତ୍ତର ଓ ଦକ୍ଷିଣ ଓଡିଶାରେ ଆହୁରି ୨୪ଘଂଟା ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପୁରୀ, ଖୋର୍ଦ୍ଧା, ଗଂଜାମ ଓ ଜଗତସିଂହପୁରରେ ବର୍ଷାର ପରିମାଣ ଅଧିକ ରହିବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।

Related Posts