ବିଶ୍ୱ ପାଳିଲା ଯୋଗ ଦିବସ

ସତ୍ୟପାଠ ବ୍ୟୁରୋ : ଆଜି ବିଶ୍ୱ ଯୋଗ ଦିବସ । ଭାରତ ଠାରୁ ଆରମ୍ଭ କରି ଆମେରିକା ପର୍ଯ୍ୟନ୍ତ ସବୁଠି ଯୋଗ ଦିବସ ପାଳିତ ହୋଇଛି । ଚଳିତ ଥରର ଥିମ ରହିଛି ୟୋଗା ଫର୍ ହାର୍ଟ । ରାଂଚି ଠାରେ ଭାରତ ସରକାରଙ୍କ ପକ୍ଷରୁ ପ୍ରମୁଖ ଯୋଗ ଦିବସ ଆୟୋଜନ କରାଯାଇଛି । ରାଂଚିର ତାରା ମଇଦାନରେ ୪୦ ହଜାର ଲୋକଙ୍କ ସହ ଯୋଗ ଦିବସ ପାଳିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବୀର ଦାସ ।

ମହାରାଷ୍ଟ୍ରର ନାନ୍ଦେଡ ଠାରେ ଯୋଗଗୁରୁ ବାବା ରାମ ଦେବ ଯୋଗଶିକ୍ଷା ଦେଇଛନ୍ତି । ଏହି ଶିବିରରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ମଧ୍ୟ ସାମିଲ ହୋଇଛନ୍ତି । ସେହିଭଳି ଓଡିଶାରେ ମଧ୍ୟ ବିଭିନ୍ନ ସ୍ଥାନରେ ରାଜ୍ୟ ଆୟୁଷ ମନ୍ତ୍ରଣାଳୟ ତରଫରୁ ଯୋଗ ଦିବସ ପାଳନ କରାଯାଉଛି ।

Related Posts