କନ୍ଧମାଳରେ ପୁଣି ଲାଗିଲା ମାଓ ପୋଷ୍ଟର: ସାଂସଦ ପ୍ରତିନିଧି ଅଫିସର ସାମ୍ବାଦିକଙ୍କୁ ଚେତାବନୀ

ବାଲିଗୁଡା : କନ୍ଧମାଳ ରେ ପୁଣି ଲାଗିଲା ମାଓବାଦୀଙ୍କ ହାତ ଲେଖା ପୋଷ୍ଟର । କିଛି ଦିନର ନିରବତା ପରେ ପୁଣି ଥରେ ସକ୍ରିୟ ହୋଇଉଠୀଛନ୍ତି ମାଓବାଦୀ । କୋଟଗଡ ଥାନା ଅନ୍ତର୍ଗତ ଜାମଝୋର ଛକରେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ପ୍ରତିନିଧି ମନୋଜ ସାବତ ପୂର୍ବତନ ବିଡ଼ିଓ କୈଳାଶ ଚନ୍ଦ୍ର ମୁର୍ମୁ ଓ ବ୍ଲକ କ୍ୟାସିଅର ଛବି ବାବୁଙ୍କ ନାମରେ ଲାଗିଛି ପୋଷ୍ଟର ।

ବିଭିନ୍ନ ଦୁର୍ନୀତିରେ ଛନ୍ଦିହୋଇ ସରକାରୀ ଅର୍ଥ ଲୁଟ ଏବଂ ରାଜସ୍ୱ ବିଭାଗକୁ ହାତକରି ଜଙ୍ଗଲ ଜମି ନିଜ ଅକ୍ତିଆରକୁ ନେବା ଏହିଭଳି ସଂଗୀନ ଅଭିଯୋଗ ସ୍ୱତ୍ତେ ଭିଜିଲାନ୍ସ ବିଭାଗ ଧରୁନଥିବାରୁ ମାଓବାଦୀ ସଂଗଠନ ବିରୋଧ କରୁଛି ବୋଲି ପୋଷ୍ଟରେ ଲେଖାଯାଇଛି ।

ଜିଲ୍ଲାରେ କିଛି ସାମ୍ବାଦିକ ଶାସକଦଳ ଓ ପ୍ରଶାସନର ଗୋଲାମଗିରି କରି ଦୁର୍ନୀତିକୁ ଘଣ୍ଟ ଘୋଡାଉଛନ୍ତି ଆମେ ତାହାର ଖୁଲାସା କରିବୁ ଭିଜିଲାନ୍ସ ନଧରିଲେ ଆମେ ବସନ୍ତ ଭାଟ ଙ୍କ ପରି ହତ୍ୟାକରିବୁ ବୋଲି ପୋଷ୍ଟରେ ଉଲ୍ଲେଖ ରହିଛି l ସି ପି ଆଇ ମାଓବାଦୀ ଡିଭିଜନ ବାଘୁନା କମିଟି ଏହି ପୋଷ୍ଟର ଲଗାଇଥିବା ନେଇ ପୋଷ୍ଟରେ ଲେଖାଯାଇଛି । ପୋଷ୍ଟର ପରେ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି ।

Related Posts