ମିଳିଗଲା ଜୀବନସାଥୀ: ଖୁବଶୀଘ୍ର ଡ୍ୟାନିଙ୍କ ବାହାଘର

(ସତ୍ୟପାଠ ବ୍ୟୁରୋ) ଯାଜପୁର: ଶେଷରେ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡାଇଙ୍କ ଘରେ ବାଜିବ ସାହାନାଇଁ। ଅଭିନେତ୍ରୀଙ୍କ ହାତ ଧରିବେ ନେତା। ଖୁଆଶୀଘ୍ର ବହାହେବେ ପ୍ରଫୁଲ୍ଲଙ୍କ ସାନ ପୁଅ ତଥା ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡାଇ ଓରଫ ଡ୍ୟାନି।

ସରିଛି ନିର୍ବନ୍ଧ, ଖୁବଶୀଘ୍ର ବାହାଘର

ଡ୍ୟାନି ଘଡାଇଙ୍କ ବାହାଘର ଚୁଡ଼ାନ୍ତ ହୋଇସାରିଛି। ଏପରିକି ନିର୍ବନ୍ଧ ବି ହୋଇସାରିଥିବ ବିଶେଷ ସୂତ୍ରରୁ ସୂଚନା ମିଳିଛି। ଖୁବଶୀଘ୍ର ଘଡାଇ ପରିବାରର ସାନ ବୋହୁ ହେବେ ଜଣେ ବଙ୍ଗୀୟ ଅଭିନେତ୍ରୀ।

ଅଭିନେତ୍ରୀଙ୍କ ହାତ ଧରିବେ ନେତା

ପ୍ରଫୁଲ୍ଲ ଘଡାଇଙ୍କ ସାନ ପୁଅ ଡ୍ୟାନି ଘଡାଇ ଯାହାଙ୍କ ହାତ ଧରିବେ ସେ ଜଣେ ଓଲିଉଡର ଆଗ ଧାଡ଼ିର ଅଭିନେତ୍ରୀ। ଓଡ଼ିଶାର ସେ ଖୁବ ନାଁ କମେଇଛନ୍ତି। ଓଡ଼ିଶାର ପ୍ରାୟ ଘରେ ଘରେ ପରିଚିତ ଅଛନ୍ତି ଡ୍ୟାନିଙ୍କ ଭାବିପତ୍ନୀ।

ଡ୍ୟାନିଙ୍କ ଭାବିପତ୍ନୀ କିଏ ?

କିଏ ସେ ଅଭିନେତ୍ରୀ ଯିଏ ଡ୍ୟାନିଙ୍କୁ କରିଛନ୍ତି ଦିୱାନା ?, ଯାହାଙ୍କ ପାଇଁ ବାହା ହେବାକୁ ମନ ବଳାଇଲେ ଡ୍ୟାନି। ଏକଥା କେବଳ ଡ୍ୟାନି ହିଁ କହିପାରିବେ। ତେବେ ପ୍ରଫୁଲ୍ଲ ବାବୁଏହି ବାହାଘରରେ ଖୁସି ଅଛନ୍ତି କି ନାହିଁ ତାହା ସ୍ପଷ୍ଟ ଜଣାପଡି ନଥିଲେ ବି ବାହାଘର ପୁର୍ବରୁ ନିର୍ବନ୍ଧ ସରିଛି।
ସେପଟେ ସୁକିନ୍ଦାର ଏହି ପ୍ରଭାବୀ ଯୁବ ନେତା ଏବଂ ତାଙ୍କ ଭାବି ଅଭିନେତ୍ରୀ ପତ୍ନୀଙ୍କ ବାହାଘରକୁ ନେଇ ସ୍ଥାନୀୟ ଲୋକେ ବେଶ ଖୁସି ଅଛନ୍ତି।

Related Posts