ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବାଲେଶ୍ୱରରେ ହତ୍ୟାକାଣ୍ଡ: ଯୁବକଙ୍କୁ ମାରି ରାସ୍ତାକଡ଼ରେ ଫିଙ୍ଗି ଦେଲେ

ବାହାନଗା: ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଖନ୍ତାପଡ଼ା ଥାନା ଅଧିନ ଖନ୍ତାପଡ଼ା ଗ୍ରାମରେ ଅଭାବନୀୟ ଦୃଶ୍ୟ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା କାଣ୍ଡ ଘଟିଛି । ଯୁବକଙ୍କୁ ମାରି ରାସ୍ତାକଡ଼ରେ ଫିଙ୍ଗି ଦେଇ ଥିବାର ଜଣା ପଡ଼ିଛି ।

ସୂଚନା ଅନୁସାରେ ଗ୍ରାମର କରୁଣାକର ପଣ୍ଡାଙ୍କ ପୁଅ ଅଭୟ କୁମାର ପଣ୍ଡା ସହ ଗ୍ରାମର କିଛି ଲୋକଙ୍କ ସହ କୌଣସି ବିବାଦ ଲାଗି ରହିଥିଲା । ଏ ବାବଦରେ ପୂର୍ବରୁ ଗ୍ରାମରେ ମଧ୍ୟସ୍ଥିଙ୍କ ଦ୍ଵାରା ଦୁଇ ଦିନ ତଳେ ସମାଧାନ କରାଯାଇ ଆପୋଷ ସମାଧାନନାମା ଥାନାରେ ଦିଆ ଯାଇଥିଲା ।

ଗତକାଲି ହଠାତ ମୁତକ ଅଭୟଙ୍କର ମୃତଦେହ ୧୬ନ ଜାତୀୟ ରାଜପଥ ଦାଣ୍ଡକାଳୀ ନିକଟ ଏକ ଗ୍ରାମ ସଂଯୋଗ ରାସ୍ତା କଡ଼ରେ ପଡ଼ିଥିବାର ଲୋକ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକଙ୍କ ସହ ଶତାଧିକ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଭିଯୁକ୍ତଙ୍କୁ ଗିରଫ ଦାବିରେ ପରିବାର ସଦସ୍ୟମାନେ ରାଜ ରାସ୍ତାରେ ବସିଥିବାର ଦେଖିବାକୁ ମିଳିଥିଲା ।

ଖବର ପାଇ ଖନ୍ତାପଡ଼ା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା। ପରେ ଖନ୍ତାପଡ଼ା ପୁଲିସ ମାମଲାରେ ସମ୍ପୃକ ୩ଜଣଙ୍କୁ ଅଟକ ରଖିଥିବାର ଜଣା ପଡ଼ିଛି । ମୃତକଙ୍କ ଶବକୁ ଉଦ୍ଧାର କରାଯିବା ସହ ମାମଲା ରୁଜୁ କରି ପୁଲିସ ଅଧିକ ତଦନ୍ତ କରୁଥିବା ବେଳେ ସନ୍ଧାନୀ କୁକୁର ସହ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିବାର ଜଣାପଡ଼ିଛି

Related Posts