ଜଳୁଛି ସ୍ୱାସ୍ଥ୍ୟ ସେବା ମହା ନିର୍ଦ୍ଦେଶାଳୟ

 

ସତ୍ୟପାଠ ବ୍ୟୁରୋ : ଦିଲ୍ଲୀରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ଦିଲ୍ଲୀ ସ୍ୱାସ୍ଥ୍ୟସେବା ମହା ନିର୍ଦ୍ଦେଶାଳୟ କାର୍ଯ୍ୟାଳୟରେ ଲାଗିଛି ନିଆଁ । ପୁରା ବିଲଡିଂରେ ନିଆଁ ଲାଗି ହୁତ ହୁତ ହୋଇ ଜଳୁଛି । ପାଖାପାଖି ୨୨ଟି ଦଳମକଳ ଗାଡି ନିଆଁ ଲିଭାଇବା କାର୍ଯ୍ୟରେ ଲାଗିଛନ୍ତି ।

ଦିଲ୍ଲୀ ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶାଳୟର କାର‌୍ୟ୍ୟାଳୟ ବିଲ୍ଡିଂର ୬,୭ ଓ ୮ ନମ୍ବର ଫ୍ଲୋରରେ ଏହି ନିଆଁ ଲାଗିଛି । ଯାହାଫଳରେ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ନଷ୍ଟ ହୋଇଯାଇଥିବା ଅନୁମାନ କରାଯାଉଛି । ତେବେ କେଉଁ କାରଣରୁ ଅଗ୍ନିକାଣ୍ଡ ହୋଇଛି ସେନେଇ କୌଣସି ସୂଚନା ମିଳିପାରିନାହିଁ । ମଧ୍ୟାହ୍ନ ପ୍ରାୟ ୧ଟା ୩୦ ମିନିଟରେ ବିଲ୍ଡିଂରେ ନିଆଁ ଲାଗିଥିଲା । ପରେ ଦମକଳ ବାହିନୀକୁ ଏନେଇ ଖବର ଦେବା ପରେ ଘଟଣାସ୍ଥଳରେ ୨୨ଟି ଦମକଳ ଗାଡି ଓ ୬୦ ଜଣ କର୍ମଚାରୀ ପହଞ୍ଚିଥିଲେ । ଏହି ଭୟଙ୍କର ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି ।

Related Posts