ପଢ଼ନ୍ତୁ କାହାର ବଢ଼ିଲା ଦାମ୍ , କିଏ ହେଲା ଶସ୍ତା

ସତ୍ୟପାଠ ବ୍ୟୁରୋ : ବଜେଟରେ ଅନେକ ଜିନିଷକୁ ମହଙ୍ଗା କରାଯାଇଥିବା ବେଳେ କିଛି ଛୋଟମୋଟ ଜିନିଷ ଶସ୍ତା ହୋଇଛି । ତେବେ ସାଧାରଣ ଲୋକଙ୍କ ଉପରେ ପୁଣି ପେଟ୍ରୋଲ, ଡିଜେଲ ବୋଝ ପଡିଛି । ପେଟ୍ରୋଲ-ଡିଜେଲ ଉପରେ ୧-୧ ଟଙ୍କାର ଅତିରିକ୍ତ ସେସ୍ ବୃଦ୍ଧି କରାଯିବ । ତେଣୁ ଏହାର ମୂଲ୍ୟବୃଦ୍ଧି ହେବା ନିଶ୍ଚିତ ।

ସେହିଭଳି ସୁନା ଦର ବି ବଢ଼ିବ । ସୁନା ଉପରେ ଶୁଳ୍କ ଅଢ଼େଇ ପ୍ରତିଶତ ବୃଦ୍ଧି ପାଇଛି । ୧୦ ପ୍ରତିଶତ ଶୁଳ୍କରୁ ୧୨.୫ ପ୍ରତିଶତକୁ ଶୁଳ୍ପ ବଢାଇଛନ୍ତି ଅର୍ଥମନ୍ତ୍ରୀ । ଖାଲି ଏତିକି ନୁହେଁ, ନିଶାଦ୍ରବ୍ୟ ଉପରେ ମଧ୍ୟ ଶୁଳ୍କ ବୃଦ୍ଧି କରିଛନ୍ତି ସରାକାର । ଅଥଥାତ୍ ଆଗାମୀ ଦିନରେ ତମାଖୁ ସାମଗ୍ରୀର ଦର ମଧ୍ୟ ବୃଦ୍ଧି ପାଇବ । ସେହିଭଳି ରୂପା ସାମଗ୍ରୀର ଦର ମଧ୍ୟ ମହଙ୍ଗା ହେବ ବୋଲି ବଜେଟରୁ ସ୍ପଷ୍ଟ ହୋଇଛି ।

Related Posts