କୃଷି ଯନ୍ତ୍ରପାତି ତିଅାରି ଓ ଯୋଗାଣ ନାଁରେ ବଡ଼ ଧରଣର ଠକେଇ: ୨ ଠକ ଭାଇଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ EOW

ଭୁବନେଶ୍ୱର: ଏକ ବଡ ଠକେଇର ପର୍ଦାଫାଶ କଲା କ୍ରାଇମବ୍ରାଞ୍ଚ EOW | କୃଷି ଯନ୍ତ୍ରପାତି ତିଅାରି ଓ ଯୋଗାଣ ନାଁରେ ସବ୍‌ସିଡି ବାବଦରେ ୬ କୋଟି ୮୧ ଲକ୍ଷ ଠକେଇ ହୋଇଥିବା ଅଭିଯୋଗ ଆସିଛି | ଏହି ଅଭିଯୋଗରେ ୨ ଠକ ଭାଇଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ EOW । ଶୀତଲ ଆଗ୍ରୋ ଇନପୁଟ୍ ପ୍ରାଇଭେଟ୍ ଲିମିଟେଡର ୨ ଗିରଫ ।

ଖବର ଅନୁଯାୟୀ, ଚାଷୀ ଓ ହିତାଧିକାରୀଙ୍କୁ ସରକାରୀ ସବ୍‌ସିଡି ଦେବା ନାଁରେ ହଡ଼ପ ହୋଇଛି। ରାଜ୍ୟର ୧୯ଟି ଜିଲ୍ଲାର ଚାଷୀଙ୍କ ଠାରୁ ସବ୍‌ସିଡି ହଡ଼ପ ହୋଇଥିବା EOWର ସୂଚନା । ଏହାପରେ ତଦନ୍ତ କରି ସଂସ୍ଥାର ୨ ନିର୍ଦ୍ଦେଶକ ମାନସ ରଞ୍ଜନ ଦାସ ଓ ତାପସ କୁମାର ଦାସଙ୍କୁ ଗିରଫ କରାଯାଇଛି । ଅନ୍‌ଲାଇନରେ ସବ୍‌ସିଡି ଦେବା, ବିକ୍ରି, ଯନ୍ତ୍ରପାତି କ୍ଷେତ୍ରରେ ଅନିୟମିତତା, ବିଭିନ୍ନ କାଗଜପତ୍ର, ସରକାରୀ ବିଲ୍, ମେସିନ୍ କିଣା ନାଁରେ ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ହୋଇଛି ।

ଏହି ଦୁଇ ଭାଇ କରିଥିବା କଂପାନିରେ ନା ପ୍ରସ୍ତୁତ ହେଉଥିଲା କୃଷି ଉପକରଣ ମେସିନ, ନା ବିକ୍ରି ହେଉଥିଲା। କେବଳ ମିଛ ବିଲ୍ ଓ ଦସ୍ତାବିଜରେ କୃଷି ଉପକରଣ ବିକ୍ରି କରାଯାଇଥିବା ଦର୍ଶାଇ ସରକାରୀ ସବ୍‌ସିଡି ଟଙ୍କା ହଡ଼ପ କରୁଥିଲେ ଏମାନେ। କିଛି ଚାଷିଙ୍କ ନାଁରେ ବିଲ୍ କରି ମିଛରେ କୃଷି ଉପକରଣ ବିକ୍ରି କରୁଥିଲେ ଦୁଇଭାଇ। ଏହାପରେ ସଂପୃକ୍ତ ବ୍ୟକ୍ତିଙ୍କ ଆକାଉଣ୍ଟକୁ DBT ଜରିଆରେ ଯାଉଥିବା ସବ୍‌ସିଡି ଅର୍ଥ ସଂପୂର୍ଣ୍ଣ ଉଠାଇବାକୁ କହିବା ସହ ତାଙ୍କୁ କିଛି ଟଙ୍କା ଦେଇ ବାକି ଟଙ୍କା ନେଇଯାଉଥିଲେ।

Related Posts