ମଣିପୁରରେ ବଡ ଧରଣର ଭୂସ୍ଖଳନ ଘଟଣା: ୧୪ ଜଣଙ୍କ ମୃତଦେହ ଉଦ୍ଧାର, ଆଗକୁ ବଢିପାରେ ମୃତକଙ୍କ ସଂଖ୍ୟା

ମଣିପୁର : ମଣିପୁରରେ ହୋଇଥିବା ଏକ ବଡ ଧରଣର ଭୂସ୍ଖଳନ ଘଟଣାରେ ବଢ଼ିବାକୁ ଲାଗିଛି ମୃତକଙ୍କ ସଂଖ୍ୟା । ଆଜି ଆଉ ୪ ଜଣଙ୍କ ମୃତଦେହ ମାଟିତଳୁ ଦବି ଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି।

ସୂଚନାନୁଯାୟୀ, ଏଯାଏଁ ପ୍ରାୟ ୧୪ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହାସହ ୨୩ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଏବେ ମଧ୍ୟ ୧୨ ରୁ ଅଧିକ ଲୋକେ ନିଖୋଜ ରହିଛନ୍ତି। ମାଟି ତଳେ କେତେ ଜଣ ଦବି ରହିଛନ୍ତି ,ସେନେଇ କୌଣସି ସ୍ପଷ୍ଟତା ନାହିଁ ବୋଲି ପୁଲିସ ଅଧିକାରୀ କହିଛନ୍ତି। ମାତ୍ର ପ୍ରାୟ ୬୦ ଜଣ ଦବି ରହିଛନ୍ତି ବୋଲି ଅନୁମାନ କରାଯାଉଛି। ଏମାନଙ୍କ ମଧ୍ୟରେ ସୈନିକ,ରେଲୱେ କର୍ମଚାରୀ, ଗ୍ରାମବାସୀ ଓ ଶ୍ରମିକ ମଧ୍ୟ ସାମିଲ ରହିଛନ୍ତି।

ବୁଧବା ଠାରୁ ଗୁରୁବାର ରାତିରେ ମଣିପୁରର ନୋନୀ ଜିଲାର ତୁପୁଲ ରେଲୱେ ଷ୍ଟେସନ ନିକଟରେ ଭାରତୀୟ ସେନାର ୧୦୭ ଟେରିଟୋରିୟଲ ଆର୍ମି କ୍ୟାମ୍ପ ନିକଟରେ ଭୂସ୍ଖଳନ ହୋଇଥିଲା। ଏଠାରେ ଜେରିବାମରୁ ଇମ୍ଫାଲ ମଧ୍ୟରେ ରେଳ ଧାରଣା ତିଆରି କରାଯାଉଥିଲା। ଭୂସ୍ଖଳନ ପରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି। ପାଗ ଖରାପ ରହିବା ପରେ ମଧ୍ୟ ଉଦ୍ଧାରକାର୍ଯ୍ୟ ଜାରି ରଖାଯାଇଛି ।

Related Posts