ଭାଙ୍ଗିଲା ପରମ୍ପରା, ତାତିଲେ ଭକ୍ତ

ସାବରିମାଲା ମନ୍ଦିରରେ ମହିଳାଙ୍କ ପ୍ରବେଶକୁ ବିରୋଧ କରି ଗଲା ଦୁଇ ଦିନ ହେଲା କେରଳରେ ଜାରି ରହିଛି ଅଶାନ୍ତି । ଗୁରୁବାର 12 ଘଣ୍ଟା ବନ୍ଦ ରହିଲା କେରଳ । ସାବରିମାଲା ମନ୍ଦିରରେ ଦୁଇ ମହିଳା ଭକ୍ତଙ୍କ ପ୍ରବେଶ ବିରୋଧରେ କିଛି ହିନ୍ଦୁ ସଂଗଠନ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା ।

ରାଜଧାନୀ ଥିରୁଅନନ୍ତପୁରମ, ମାଲାପୁରମ, କାଲିକଟ ଆଦି ସ୍ଥାନରେ ବନ୍ଦ ସମୟରେ ବ୍ୟାପକ ହିଂସାକାଣ୍ଡ ହୋଇଥିଲା । ଜବରଦସ୍ତ ଦୋକାନ ବଜାର ବନ୍ଦ କରିଥିଲେ ଆନ୍ଦୋଳନକାରୀ । ରାଜ୍ୟ ସଚିବାଳୟ ଆଗରେ ରିପୋର୍ଟଂ କରୁଥିବା ଗଣମାଧ୍ୟମ କର୍ମୀଙ୍କୁ ବି ଆକ୍ରମଣ କରିଥିଲେ। ୫ ଜଣ ସିପିଏମ୍‌ ନେତାଙ୍କ ଘର ଉପରେ ଆକ୍ରମଣ ହୋଇଛି । ଏହି ଘଟଣାରେ ବିଜେପିର ୮ଜଣ ନେତାଙ୍କୁ ଗିରଫ କରିଥିଲା ପୋଲିସ ।

ଏଥିସହ ହିଂସା ଘଟଣାରେ ମୋଟ 66 ଜଣଙ୍କୁ ଗିରଫ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଗାଡ଼ିକୁ ଅଟକାଇବାକୁ ଚେଷ୍ଟା କରି ଆହତ ହୋଇଛନ୍ତି ଦୁଇ ଜଣ କଂଗ୍ରେସ ନେତା ।

ଅନ୍ୟପଟେ ପଟେ ରାଜ୍ୟବ୍ୟାପୀ ବନ୍ଦ, ଅନ୍ୟପଟେ ମହିଳା ଭକ୍ତଙ୍କ ମନ୍ଦିର ପ୍ରବେଶ ନେଇ ରାଜନୈତିକ ଆରୋପ-ପ୍ରତ୍ୟାରୋପ ମଧ୍ୟ ଜାରି ରହିଛି । ରାଜ୍ୟରେ ଅଶାନ୍ତି ପାଇଁ ଆରଏସ୍‌ଏସ୍‌ ଓ ବିଜେପିକୁ ଦାୟୀ କରିଛନ୍ତି ମୁଖ୍ୟମନ୍ତ୍ରୀ ପିନରାୟ ବିଜୟନ । ସେ କହିଛନ୍ତି, ଗତ 3 ମାସରେ ଆରଏସ୍‌ଏସ୍‌ ୭ରୁ ଅଧିକ ଧର ବିକ୍ଷୋଭ ପ୍ରଦର୍ଶନ ନାଁରେ କରିଛି ହିଂସାକାଣ୍ଡ । ସେପଟେ ମୁଖ୍ୟମନ୍ତ୍ରୀ ବିଜୟନଙ୍କ ଇସ୍ତଫା ଦାବି କରିଛି ବିଜେପି । କଂଗ୍ରେସ ବି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି ।

ସାବରିମାଲା ମନ୍ଦିରରେ 50 ବର୍ଷରୁ ମହିଳା ଭକ୍ତଙ୍କ ପ୍ରବେଶ ପ୍ରବେଶ ନେଇ ଥିବା କଟକଣା ସୁପ୍ରିମକୋର୍ଟ ଉଠାଇବା ପରେ ପ୍ରଥମ ଥର, ବୁଧବାର ୨ ମହିଳା ଭକ୍ତ ମନ୍ଦିରରେ ପ୍ରବେଶ କରିଥିଲେ । ଏହାପରେ ବୁଧବାର ମନ୍ଦିରର ଶୁଦ୍ଧିକରଣ କରାଯାଇଥିଲା । ତେବେ ଘଟଣାକୁ ନେଇ 2 ଦିନ ହେଲା ଲାଗିରହିଛି ଉତ୍ତେଜନାମୂଳକ ସ୍ଥିତି ।

Related Posts