ଭିଜିଲାନ୍ସ ଜାଲରେ ମୟୂରଭଞ୍ଜ ରରୁଆଁ ତହସିଲଦାର ସତ୍ୟ ସୁନ୍ଦର ରାଉତ

କରଞ୍ଜିଆ ; ଭିଜିଲାନ୍ସ ହାତର ଧରା ପଡିଲେ ଆଉ ଜଣେ ସରକାରୀ ଅଧିକାରୀ। ଲାଞ୍ଚ ନେବାବେଳେ ମାଡ଼ିବସିଲେ ଭିଜିଲାନ୍ସ ଅଧିକାରୀ । ଜମି ପଟ୍ଟା କରିବା ପାଇଁ ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ବିଭାଗ ।

ମୟୂରଭଞ୍ଜ ଜିଲ୍ଲା ରରୁଆଁ ତହସିଲର ତହସିଲଦାର ସତ୍ୟ ସୁନ୍ଦର ରାଉତ ଭିଜିଲାନ୍ସ ହାବୁଡ଼ରେ ପଡ଼ିଛନ୍ତି । ଜମି ପଟ୍ଟା କରିଦେବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ ଧରିଛି । ଭଞ୍ଜକିଆର ଚକ୍ରଧର ମହାନ୍ତଙ୍କ ଠାରୁ ସେ ଲାଞ୍ଚ ନେଉଥିଲେ । ମୋଟ ୪୦ ହଜାର ଟଙ୍କା କଥାବାର୍ତ୍ତା ହେଇଥିବା ବେଳେ ପୂର୍ବରୁ ୨୫ ହଜାର ଟଙ୍କା ଅମିନ କମଳ ପାତ୍ରଙ୍କ ଜରିଆରେ ନେଇଥିଲେ । ଆଜି ବାକି ୧୫ ହଜାର ଟଙ୍କା ନେଲାବେଳେ ଭିଜିଲାନ୍ସ ମାଡି ବସିଥିବା ଜଣାପଡ଼ିଛି ।

Related Posts