YSR କଂଗ୍ରେସରୁ ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ୍ ରେଡ୍ଡୀଙ୍କ ମା’

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ YS ରାଜଶେଖର ରେଡ୍ଡୀ ଙ୍କ ପତ୍ନୀ ତଥା ବର୍ତ୍ତମାନ ର ମୁଖ୍ୟମନ୍ତ୍ରୀ YS ଜଗନ ମୋହନ ରେଡ୍ଡୀ ଙ୍କ ମା YS ବିଜୟଲକ୍ଷ୍ମୀ ଆଜି YSR କଂଗ୍ରେସ୍ ପାର୍ଟି ରୁ ଇସ୍ତଫା ଦେଇଛନ୍ତି। ସେ କହିଛନ୍ତି ମୁଁ ମୋ ଝିଅ ସହ ଛିଡା ହେବାକୁ ଚାହୁଁଛି । ସୂଚନା ଅନୁସାରେ ତାଙ୍କ ଝିଅ ଗତବର୍ଷ ତେଲେଙ୍ଗାନା ରେ ଏକ ରାଜନୈତିକ ଦଳ ଗଢ଼ିଛନ୍ତି। ସେ ସେହି ଦଳ ରେ ଯୋଗଦେବା ନେଇ ଚର୍ଚ୍ଚା ହେଉଛି।


ବିଜୟାଅମା ଭାବରେ ପରିଚିତ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଙ୍କ ମା ଦୁଇ ଦୁଇ ଥର ବିଧାୟକ ରହି ସାରିଛନ୍ତି। ସୂଚନା ଥାଉ କି ପୂର୍ବତନ ମୁଖ୍ୟମନ୍ତ୍ରୀ YS ରାଜଶେଖର ରେଡ୍ଡୀ ଙ୍କ ର ସେପ୍ଟେମ୍ବର ୨୦୦୯ ରେ ଏକ ବିମାନ ଦୁର୍ଘଟଣା ରେ ମୃତ୍ୟୁ ହୋଇଥିଲା।ଏହାପରେ ତାଙ୍କ ପୁଅ ଜଗନ ତାଙ୍କ ପିତା ଙ୍କ ନାମରେ ଦଳ ଗଢିଥିଲେ । ଏବେ ଜଗନ ଙ୍କ ଦଳ ଆନ୍ଧ୍ରପ୍ରଦେଶ ରେ ସରକାର ରେ ଅଛି ଓ ଜଗନ ମୁଖ୍ୟମନ୍ତ୍ରୀ ଅଛନ୍ତି।

Related Posts