ଆଚାର୍ଯ୍ୟ ବିହାରରେ MCA ଛାତ୍ରୀଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ) : ନିକଟ ରେ ବିଜେବି କଲେଜ ଛାତ୍ରୀ ରୂଚିକା ମହାନ୍ତି ଆତ୍ମହତ୍ୟା ନିଆଁ ଲିଭି ନଥିବା ବେଳେ ଆଜି ପୁଣି ରାଜଧାନୀରୁ ଏକ ଛାତ୍ରୀ ଆତ୍ମହତ୍ୟା ଖବର ସାମ୍ନା କୁ ଆସିଛି । ଆଚାର୍ଯ୍ୟ ବିହାର ଅଞ୍ଚଳରେ ଏକ ଭଡ଼ା ଘରେ ରହୁଥିବା ଜଣେ ଛାତ୍ରୀଙ୍କର ଆଜି ଝୁଲନ୍ତା ଅବସ୍ଥାରେ ଥିବା ମୃତଦେହ ଉଦ୍ଧାର କରାଯାଇଛି।

ଛାତ୍ରୀ ଜଣକ ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ MCA ପଢୁଥିବା ଜଣା ପଡ଼ିଛି। ଛାତ୍ରୀ ଜଣଙ୍କର ଆତ୍ମହତ୍ୟାର କାରଣ ଜଣା ପଡ଼ିନାହିଁ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ବ୍ୟବଛେଦ ପାଇଁ ପଠାଇଛି । କାହିଁକି ଛାତ୍ରୀ ଜଣକ ଆତ୍ମହତ୍ୟା କଲେ ତାହା ତଦନ୍ତ ଚାଲିଛି ଓ ତଦନ୍ତ ପରେ ସବୁ ଚିତ୍ର ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।

Related Posts