
ସତ୍ୟପାଠ ବ୍ୟୁରୋ : ଅନୁଗୁଳ ଜିଲ୍ଲାର ତାଳଚେରସ୍ଥିତ ଭରତପୁର କୋଇଲା ଖଣିରେ ମୃତ୍ୟୁ ହୋଇଥିବା ଶ୍ରମିକଙ୍କ ପରିବାରକୁ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ (ଏମ୍ସିଏଲ) ପକ୍ଷରୁ ମଙ୍ଗଳବାର ଅନୁକମ୍ପା ରାଶି ଘୋଷଣା କରାଯାଇଛି। ଗତ ଜୁଲାଇ ୨୩ରେ ମୃତ ୪ ଜଣ ଶ୍ରମିକଙ୍କ ପରିବାରକୁ ଏମ୍ସିଏଲ ୩୦-୩୦ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଓ ଜଣ ଲେଖାଏଁ ସଦସ୍ୟଙ୍କୁ ଠିକା ନିଯୁକ୍ତି ଦେବ। ସୂଚନାଯୋଗ୍ୟ ଏହି ଦୁର୍ଘଟଣାରେ ଆହୁରି ୯ ଜଣ ଶ୍ରମିକ ଆହତ ହୋଇଥିଲେ।
କୋଇଲା ଖଣିରେ ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ସୁରକ୍ଷା ପ୍ରସଙ୍ଗ ଉଠାଇ ଜୁଲାଇ ୨୪ ଠାରୁ ଧର୍ମଘଟ କରି ଆସୁଥିଲେ। ଆନ୍ଦୋଳନକାରୀମାନେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରି ଧାରଣାରେ ବସିଥିଲେ। ଜିଲ୍ଲାପାଳ ଓ ଏମ୍ସିଏଲ୍ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଆଜି ବୈଠକ ପରେ ଧାରଣା ବନ୍ଦ ରହିଛି।