ସମସ୍ୟା ଭାରତର, ଚିନ୍ତିତ ପାକିସ୍ତାନ

ସତ୍ୟପାଠ ବ୍ୟୁରୋ : ଭାରତକୁ ଯୁଦ୍ଧ ଧମକ ଦେଲା ପାକିସ୍ତାନ । ସଂସଦରେ ବେକାର ବିଷୟରେ ଆଲୋଚନା କରିବା ଅପେକ୍ଷା ଭାରତକୁ ରକ୍ତରେ ଜବାବ ଦେବାକୁ ପଡିବ ବୋଲି ପାକିସ୍ତାନ ସରକାରର ମନ୍ତ୍ରୀ ଫୱାଦ ହୁସେନ ଟୁଇଟ କରିଛନ୍ତି । ଏହାସହ ପାକିସ୍ତାନକୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବା ଦରକାର ବୋଲି ସେ ଲେଖିଛନ୍ତି ।

ଜାମ୍ମୁ ଓ କାଶ୍ମୀରୁ ଧାରା ୩୭୦ ଉଚ୍ଛେଦ ପରେ ବିଚଳିତ ହୋଇଛି ପାକିସ୍ତାନ । ନ୍ତ୍ରାଷ୍ଟ୍ରୀୟ ସ୍ତରରେ ଏନେଇ କୁଟନୀତି ଆପଣାଇବାକୁ ବି ପାକ୍ ଚିନ୍ତା କରୁଛି । ଆଜି ପାକିସ୍ତାନ ସଂସଦର ଜଏଣ୍ଟ ସେସନରେ ଏହି ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ତେବେ ଫୱାଦ ଲେଖିଛନ୍ତି ଭାରତ , ପାକିସ୍ତାନକୁ ପାଲେଷ୍ଟାଇନ କରିବାକୁ ଚାହୁଁଛି । ତେଣୁ ରକ୍ତରେ ଜବାବ ଦେବାକୁ ପଡିବ । ଇମ୍ରାନ ଖାନଙ୍କ ବିରୋଧୀମାନେ ମଧ୍ୟ ଏନେଇ ଖୁବ ବର୍ଷିଛନ୍ତି ।

Related Posts