ଜୀବନ-ମୃତ୍ୟୁ ସହ ଲଢ଼ୁଛନ୍ତି ଉନ୍ନାଓ ପିଡୀତା

ସତ୍ୟପାଠ ବ୍ୟୁରୋ : ଜୀବନ ମୃତ୍ୟୁ ସହ ଲଢ଼େଇ କରୁଛନ୍ତି ଉନ୍ନାଓ ପିଡୀତା । ଦୁଷ୍କର୍ମର ଶୀକାର ହୋଇ ନ୍ୟାୟ ପାଇଁ ଲଢ଼ୁଥିବା ପିଡୀତାଙ୍କ କାର ଉପରେ ଟ୍ରକ ମାଡିଯିବା ପର ଠାରୁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ତେବେ ଗତକାଲି ତାଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ଲକ୍ଷେ୍ନøରୁ ଦିଲ୍ଲୀ ଏମ୍ସ ଅଣାଯାଇଥିଲା ।

ଆଜି ଏମ୍ସ ତରଫରୁ କୁହାଯାଇଛି ପିଡୀତାଙ୍କ ସ୍ଥିତି ଗମ୍ଭୀର ରହିଛି । ଟ୍ରମା ସେଣ୍ଟରରେ ତାଙ୍କୁ ଲାଇଫ ସପୋର୍ଟ ସିଷ୍ଟମରେ ରଖାଯାଇଛି । ତାଙ୍କ ଚିକିତ୍ସା ପାଇଁ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ଲାଗିଛନ୍ତି । ପିଡୀତାଙ୍କ ସହ କାରରେ ଥିବା ଓକିଲ ମଧ୍ୟ ସଙ୍କଟାପନ୍ନ ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ତେବେ ସୁପ୍ରିମକୋର୍ଟ ଏହି ମାମଲାକୁ ଗମ୍ଭୀରତାର ସହ ନେଇ ପ୍ରତିଦିନ ଶୁଣାଣୀ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

Related Posts