ଖୋର୍ଦ୍ଧା କ୍ଲିନିକରେ ପଶି ଡାକ୍ତରଙ୍କୁ ଗୁଳିମାଡ଼ ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଔଷଧ ଦୋକାନ ମାଲିକଙ୍କ ମୃତ୍ୟୁ

ଖୋର୍ଦ୍ଧା: ଖୋର୍ଦ୍ଧାର ଏକ କ୍ଲିନିକରେ ଗୁଳିକାଣ୍ଡ । ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଔଷଧ ଦୋକାନୀଙ୍କ ମୃତ୍ୟୁ ଘଟିଥିବା ବେଳେ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଆହତ ହୋଇଛନ୍ତି ।

ଗତକାଲି ସନ୍ଧ୍ୟା ସମୟରେ ଖୋର୍ଦ୍ଧା ଜିଲ୍ଲାରେ ଥିବା ଏକ କ୍ଲିନିକରେ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ମାନସ ଦାସ ବସିଥିଲେ । କ୍ଲିନିକ ଉପରେ ଜଣେ ଦୁର୍ବୃତ୍ତ ୨ରାଉଣ୍ଡ ଗୁଳିମାଡ଼ କରିଥିଲେ । ଡାକ୍ତରଙ୍କ ଛାତି ଓ ପେଟରେ ଗୁଳି ବାଜିଥିଲା । ତେବେ ଗୁଳି ଶବ୍ଦ ଶୁଣି କ୍ଲିନିକରେ ଥିବା ଔଷଧ ଦୋକାନୀ ଦୈାଡ଼ି ଆସିଥିଲେ । ତାଙ୍କ ଉପରକୁ ମଧ୍ୟ ଗୁଳିମାଡ଼ ହୋଇଥିଲା । ତାଙ୍କ ପେଟରେ ଗୁଳି ବାଜିଥିଲା ।

ଚିକିତ୍ସା ପାଇଁ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଔଷଧ ଦୋକାନୀଙ୍କ ମୃତ୍ୟୁ ଘଟିଛି । ମୃତ ଔଷଧ ଦୋକାନୀ ହେଲେ କୃଷ୍ଣଚନ୍ଦ୍ର ସାହୁ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । କିନ୍ତୁ କିଏ ଓ କେଉଁ ଉଦ୍ଦେଶ୍ୟ ରଖି ଏପରି ଗୁଳିମାଡ଼ କରିଛି ସେନେଇ ଏଯାଏଁ କୈାଣସି ତଥ୍ୟ ଜଣାପଡ଼ିନାହିଁ ।

Related Posts