ଭାରତ ବିରୋଧରେ ସ୍ବର ଉଠାଇବା ସହ ପାକିସ୍ତାନ ଓ ଚୀନର ସିପିଇସି ପ୍ରୋଜେକ୍ଟକୁ ପ୍ରଶଂସା କଲେ ମେହବୁବା ମୁଫ୍‌ତି

ଶ୍ରୀନଗର: ପୁଣି ଥରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ପିଡିପି ମୁଖ୍ୟ ମେହବୁବା ମୁଫ୍‌ତି । ଭାରତ ବିରୋଧ ରେ ସ୍ବର ଉଠାଇ ପାକିସ୍ଥାନ ଓ ଚୀନ କୁ ପ୍ରଶଂସା କରିଛନ୍ତି ପିଡିପି ମୁଖ୍ୟ ମେହବୁବା ମୁଫ୍‌ତି ।

ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଉପରେ ବିବାଦୀୟ ବୟାନ ଦେଇ ଅଡୁଆରେ ପଡ଼ିଥିବା ଏବେ ପୁଣିଥରେ ପାକିସ୍ତାନର ଉଦାହରଣ ଦେଇଛନ୍ତି। ତା ସହ ଭାରତ ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି।

ଭାରତକୁ ତିରସ୍କାର କରିବାକୁ ଯାଇ ସେ କହିଛନ୍ତି ଯେ ଭାରତକୁ ବିଶ୍ୱଗୁରୁ ହେବାର ସ୍ୱପ୍ନ ଦେଖିବା ଛାଡ଼ି ଦେବା ଦରକାର। କାରଣ ଦେଶ ଏପର୍ଯ୍ୟନ୍ତ SAARCର ଗୁରୁ ହୋଇପାରିଲା ନାହିଁ। ଯଦି ଭାରତ ସାର୍କର ଗୁର ହୋଇପାରୁନି, ତେବେ ବିଶ୍ୱ ଗୁରୁ ବି ହୋଇପାରିବ ନାହିଁ।

ଏପଟେ ଜାମ୍ମୁ-କାଶ୍ମୀର ଉପରେ ମନ୍ତବ୍ୟ ଦେଇ କହିଛନ୍ତି ଯେ ପିଓକେକୁ ଶାନ୍ତି ସ୍ଥାନ ଘୋଷଣା କରିଦେବା ଉଚିତ। ଜାମ୍ମୁ-କାଶ୍ମୀର ଓ ପିଓକେକୁ ସାର୍କକୁ ଅପରେଶନ ଜୋନ୍‌ରେ ସାମିଲ୍‌ କରିବା ଦରକାର ବୋଲି ମେହବୁବା କହିଛନ୍ତି। ଏହି ସମୟରେ ପାକିସ୍ତାନର ଓ ଚୀନର ସିପିଇସି(ଚୀନ-ପାକିସ୍ତାନ ଇକୋନୋମିକ କରିଡର) ପ୍ରୋଜେକ୍ଟର ପ୍ରଶଂସା କରିଛନ୍ତି ମେହବୁବା।

ସେ କହିଛନ୍ତି ଯେ ଯେଉଁଭଳି ପାକିସ୍ତାନ ଓ ଚୀନ କଶ୍ମୀରର ଅନ୍ୟ ଭାଗକୁ ବିଶ୍ୱ ସହ ଯୋଡ଼ୁଛି ଭାରତ ବି ସେହିଭଳି କରିବା ଦରକାର। ତେବେ ଭାରତ ଚୀନର ସିପିଇସି ପ୍ରୋଜେକ୍ଟର ସବୁବେଳେ ବିରୋଧ କରିଆସୁଛି। ଏହା ପିଓକେ ଦେଇ ଯାଉଥିବାରୁ ଭାରତ ଏନେଇ ଅସନ୍ତୋଷ ପ୍ରକାଶ କରିଛି।

Related Posts