ମଡେଲ୍‌ଙ୍କୁ ଅଶ୍ଲୀଳ ମେସେଜ୍‌ ପଠାଇବା ପଡ଼ିଲା ମହଙ୍ଗା, ଦୁବାଇରେ ଗିରଫ ହେଲେ ଗାୟକ ମିକା ସିଂହ

ବଲିଉଡ୍‌ର ପ୍ରସିଦ୍ଧ ଗାୟକ ମିକା ସିଂହ ଗୁରୁବାର ଦୁବାଇରେ ଗିରଫ ହୋଇଛନ୍ତି । ବ୍ରାଜିଲର ଜଣେ ୧୭ ବର୍ଷୀୟା ମଡେଲ୍‌ଙ୍କୁ ଅଶ୍ଲୀଳ ଫଟୋ ପଠାଇବା ଅଭିଯୋଗରେ ତାଙ୍କୁ ଗିରଫ କରି ଜେଲ୍‌ ପଠାଇ ଦିଆଯାଇଛି ।

ମିକା ସିଂହ ଦୁବାଇକୁ ଏକ କାର୍ଯ୍ୟକ୍ରମରେ ଗୀତ ଗାଇବାକୁ ଯାଇଥିଲେ । ସେଠାରେ ତାଙ୍କର ଜଣେ ୧୭ ବର୍ଷୀୟ ବ୍ରାଜିଲିଆନ ମଡେଲଙ୍କ ସହିତ ପରିଚୟ ହୋଇଥିଲା । ପରେ ଉଭୟଙ୍କ ମଧ୍ୟରେ ବନ୍ଧୁତ୍ୱ ସ୍ଥାପନ ହୋଇଥିଲା । ତେବେ ମିକା ଏହି ମଡେଲଙ୍କ ନିକଟକୁ ଅଶ୍ଲୀଳ ଫଟୋ ପଠାଇଥିବା ନେଇ ମଡେଲ୍‌ ଜଣକ ଥାନାରେ ଅଭିଯୋଗ କରିବା ପରେ ପୋଲିସ ମିକାଙ୍କୁ ପ୍ରଥମେ ଅଟକ ରଖିଥିଲା । ପରେ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି ।

ଏ ସମ୍ପର୍କରେ ସେଠାକାର ଭାରତୀୟ ରାଷ୍ଟ୍ରଦୂତ ନବଦୀପ ସିଂହ ସୁରୀ କହିଛନ୍ତି ଯେ ଯେଉଁ ଥାନାରେ ମିକା ସିଂହଙ୍କୁ ରଖାଯାଇଛି ସେଠାରେ ଭାରତୀୟ ଅଧିକାରୀମାନେ ପହଞ୍ଚିଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଛି । ଭାରତୀୟ ଦୂତାବାସ ପକ୍ଷରୁ ମିକାଙ୍କ ମାମଲାରେ ହସ୍ତକ୍ଷେପ କରାଯାଇଛି ବୋଲି ଶ୍ରୀ ସୁରୀ କହିଛନ୍ତି ।

Related Posts