ଖଣି ମାଫିଆଙ୍କ ଉନ୍ମୁକ୍ତ କାଣ୍ଡ, ବେଆଇନ ଖନନକୁ ଅଟକାଇବାରୁ ଡମ୍ପର ଚଢାଇ ଡିଏସପି ଙ୍କୁ କଲେ ହତ୍ୟା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସାମ୍ନାକୁ ଆସିଲା ଖଣି ମାଫିଆଙ୍କ ଉନ୍ମୁକ୍ତ କାଣ୍ଡ । ହରିୟାଣାର ନୂହଁରେ ବେଆଇନ୍ ଖନନ ଚାଲୁଥିବା ବେଳେ ଏହାର ଖବର ପାଇ ଘଟଣାସ୍ଥଳରେ ପହଂଚିଥିଲେ ଡିଏସପି ସୁରେନ୍ଦ୍ର କୁମାର । ସେ ଘଟଣା ସ୍ଥଳରେ ପହଞ୍ଚି ବେଆଇନ୍ ଖନନକୁ ବନ୍ଦ୍ କରିବାକୁ ଚେଷ୍ଟା କରିଥିଲେ। ତେବେ ଏହି ସମୟରେ ଯୋଜନାବଦ୍ଧ ଭାବେ ସୁରେନ୍ଦ୍ରଙ୍କ ଉପରେ ଡମ୍ପର ଚଢ଼ାଇ ଦେଇଛନ୍ତି ଖଣି ମାଫିଆ । ଘଟଣାସ୍ଥଳରେ ହିଁ ଡିଏସ୍ପିଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି ।ରାସ୍ତାକଡ଼ରେ ଡିଏସପି ସୁରେନ୍ଦ୍ରଙ୍କ ମୃତଦେହ ପଡ଼ି ରହିଥିବାବେଳେ। ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଅଭିଯୁକ୍ତ ମାନେ ସେ ସ୍ଥାନରୁ ଖସି ପଳାଇଥିବା ବେଳେ ଅଭିଯୁକ୍ତଙ୍କୁ ଖୋଜିବାକୁ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିବା ପୁଲିସ ସୂଚନା ଦେଇଛି ।

Related Posts