ମଣ୍ଡି ପ୍ରସଙ୍ଗରେ ଧର୍ମେନ୍ଦ୍ରଙ୍କୁ କାଉଣ୍ଟର କରି ଚିଠା ଖୋଲିଲେ ରାଜସ୍ୱମନ୍ତ୍ରୀ

ଭୁବନେଶ୍ୱର- ମଣ୍ଡିରେ ଧାନ କିଣୁ ନାହାଁନ୍ତି ସରକାର । ଶୀତ କାକରେ ଧାନ ସହ ଶଢ଼ୁଛି ଚାଷୀ । ଗତକାଲି ରାଜ୍ୟ ସରକାରଙ୍କୁ ଏହି ପ୍ରସଙ୍ଗରେ ଟାର୍ଗେଟ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଯାହାର ଜବାବ ରଖିଛନ୍ତି ରାଜସ୍ୱମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର । ବିନା ଡାଟାରେ ଧର୍ମେନ୍ଦ୍ରଙ୍କ ଭଳି ଜଣେ କେନ୍ଦ୍ରମନ୍ତ୍ରୀ ଏଭଳି ବୟାନ ଦେବା ଦୁର୍ଭାଗ୍ୟଜନକ ବୋଲି ସୂର୍ଯ୍ୟ କହିବା ସହ ଏହାର ଚିଠା ଥୋଇଛନ୍ତି ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୨ଲକ୍ଷ ୬୦ ହଜାର ଚାଷୀ ରାଜ୍ୟକୁ ଧାନ ଦେବା ପାଇଁ ପଂଜୀକାରଣ କରିଛନ୍ତି । ଖରିଫ ଋତୁରେ ଗତ ୯ ତାରିଖ ସୁଦ୍ଶ ୧୧ଲକ୍ଷ ୨୦ ହଜାର ଚାଷୀ ପଂଜୀକାରୀଣ କରିଥିଲେ । ଗତବର୍ଷ ଅପେକ୍ଷା ଚଳିତବର୍ଷ ୧୩ ପ୍ରତିଶତ ଅଧିକ ଚାଷୀ ମଣ୍ଡିରେ ଧାନ ଦେବା ପାଇଁ ପଂଜୀକୃତ ହୋଇଛନ୍ତି । ଗତବର୍ଷ ଅପେକ୍ଷା ଚଳିତବର୍ଷ ଆହୁରି ୨ଲକ୍ଷ ୨୨ ହଜାର ନୂଆ ଚାଷୀ ପଂଜୀକୃତ ହୋଇଛନ୍ତି ଏବଂ ୧ ଲକ୍ଷ ୨୯ ହଜାର ପ୍ରକୃତ ଚାଷୀ ବା ନାମମାତ୍ର ଚାଷୀ ପଂଜୀକୃତ କରିଛନ୍ତି ।

ଗତକାଲି ସୁଦ୍ଧା ୨୧ଲକ୍ଷ ୬୧ ହଜାର ମେଟ୍ରିକ ଟନ ଧାନ ଆଦାୟ ହୋଇଛି । ଗତବର୍ଷ ଏହି ସମୟ ସୁଦ୍ଧା ୧୮ ଲକ୍ଷ ମେଟ୍ରିକ ଟନ ଧାନ ଆଦାୟ ହୋଇଥିଲା । ମୋଟାମୋଟି ଭାବେ ୧୮ ପ୍ରତିଶତ ଧାନ ଅଧିକ ଆଦାୟ ହୋଇଛି । ଗତବର୍ଷ ୨ହଜାର ୯ଶହ ୨୯ ଟି ଧାନ ବିକ୍ରୟ କେନ୍ଦ୍ର ଖୋଲାଯାଇଥିବା ବେଳେ ଚଳିତବର୍ଷ ୩ହଜାର ୧୩ଟି କେନ୍ଦ୍ର ଖୋଲା ଯାଇଛି ଓ ସମସ୍ତ କେନ୍ଦ୍ରରେ ଧାନ ଆଦାୟ ହେଉଛି ବୋଲି କହିଛନ୍ତି ରାଜସ୍ୱମନ୍ତ୍ରୀ ।

Related Posts