ବିଲରୁ ଫେରିବା ବେଳେ ବନ୍ୟାପାଣିରେ ଭାସିଗଲେ ନାବାଳକ, ଉଦ୍ଧାର କାର୍ଯ୍ୟ ଜାରି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ) ବିଲରୁ ଘରକୁ ଫେରୁଥିବା ବେଳେ ଜଳକା ନଦୀର ଶାଖା ନଦୀ ଵନ୍ୟପାଣିରେ ଜଣେ ନାବାଳକ ଭାସିଯାଇଛନ୍ତି । ନାବାଳକ ଜଣକର ପରିଚୟ ମିଳିଛି । ସେ ହେଉଛନ୍ତି ପଳାସିଆ ଗ୍ରାମର ଜନ୍ମଜୟ ମହାପାତ୍ର (୧୩)। ତେବେ ବୁଡିଯିବା ଖବର ପାଇ ଓଡ୍ରାଫ ଟିମ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

ଲଗାଣ ବର୍ଷା ଯୋଗୁ ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅଂଚଳରେ ଦୀର୍ଘ ଦିନ ଧରି ଜଳକା ନଦୀରେ ବନ୍ୟା ଦେଖାଦେଇଛି । ସୋମବାର ଅପରାହ୍ନ ୧ଟା ସମୟରେ ପଳାସିଆ ଗ୍ରାମର ରାଧାଶ୍ୟାମ ମହାପାତ୍ରଙ୍କ ପୁଅ ଜନ୍ମଜୟ ମହାପାତ୍ର (୧୩) ବିଲରୁ ଘରକୁ ଫେରୁଥିଲେ । ଗ୍ରାମ ପାଖଦେଇ ପ୍ରଭାବିତ ହୋଇଥିବା ଜଳକା ନଦୀର ଶାଖା ନଦୀର ବନ୍ଧରେ ହଠାତ ଅତଡା ଖସିଯିବାରୁ ଜନ୍ମଜୟ ବନ୍ୟା ପାଣିର ପ୍ରଖର ସୁଅରେ ପଡି ଯାଇ ଭାସି ଯାଇଥିଲେ । ଖବର ପାଇ ବ୍ଲକରେ ଥିବା ଓଡ୍ରାଫର ୪ ଟି ଟିମ ଘଟଣା ସ୍ଥଳରେ ପହଂଚି ରଖିଛନ୍ତି। ଘଟଣା ସ୍ଥଳରେ ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ, ବସ୍ତା ତହସିଲଦାର , ବ୍ଲକ ବିଡ଼ିଓ, ବସ୍ତା ଅଗ୍ନିଶମ ଟିମ, ବସ୍ତା ପୋଲିସ ଓ ପହଁଚିଛନ୍ତି।

Related Posts