ରୌପ୍ୟ ପଦକ ବିଜେତା ମିରାବାଇକୁ ମିଳିପାରେ ସ୍ୱର୍ଣ୍ଣ, ଜି-ହୁଇଙ୍କ ହୋଇପାରେ ଆଣ୍ଟି ଡୋପ ଟେଷ୍ଟ

mirabai

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଟୋକିଓ ଅଲିମ୍ପିକ୍ସରେ ୪୯ କିଲୋଗ୍ରାମ ମହିଳା ଭାରୋତ୍ତୋଳନ ପ୍ରତିଯୋଗିତାରେ ରୌପ୍ୟ ପାଇଥିବା ମିରାବାଇକୁ ମିଳିପାରେ ସ୍ପର୍ଣ୍ଣ ପଦକ । ତେବେ ସ୍ୱର୍ଣ୍ଣ ପଦକ ଜିତିଥିବା ଚୀନର ହୁ ଜିଜିଙ୍କୁ ଡୋପ ପରୀକ୍ଷା ପାଇଁ ଟୋକିଓରେ ରହିବାକୁ କୁହାଯାଇଛି । ଯଦି ଡୋପ ପରୀକ୍ଷାରେ ଜିଜି ବିଫଳ ହୁଅନ୍ତି ତାହାଲେ ମିରାବାଇକୁ ଏହି ସ୍ୱର୍ଣ୍ଣ ପଦକ ମିଳିପାରେ ବୋଲି ସମ୍ଭାବନା ଉପୁଜୁଛି । ଏନେଇ ଏଏନଆଇ ଗଣମାଧ୍ୟମକୁ ସୂଚନା ଦେଇଛି । ତେବେ ଚୀନର ହୁ ଜିଜି ୨୧୦ କିଲୋଗ୍ରାମର ରେକର୍ଡ ଓଜନ ବର୍ଗରେ ସ୍ୱର୍ଣ୍ଣ ଜିତିଥିଲେ । ଏବଂ ଭରତୀୟ ଲିପ୍ଟରଠାରୁ ଆଠ କିଲୋଗ୍ରାମ ଆଗରେ ଥିଲେ । ଅନ୍ୟପଟେ ମିରାବାଇ ଚାନୁ ୮୭ କିଲୋଗ୍ରାମ ଏବଂ ୧୧୫ କିଲୋଗ୍ରାମ ବର୍ଗରେ ସଫଳ ଭାବେ ଭାରଉତ୍ତଳନ କରିଥିଲେ ।

ସେହିପରି ତୃତୀୟ ସ୍ଥାନରେ ଇଣ୍ଡୋନେସିଆର ୱିଣ୍ଡି କାଣ୍ଟିକା ରହିଥିଲେ । ଟୋକିଓ ଅଲିମ୍ପିକ୍ସରେ ପଦକ ଜିତିବା ପରେ ମିରାବାଇ ଚାନୁ କହିଥିଲେ ଯେ ମୁଁ କେତେ ଖୁସି ଅନୁଭବ କରୁଛି ମୁଁ ଶବ୍ଦରେ ବ୍ୟାଖ୍ୟା କରିପାରିବି ନାହିଁ। ମୁଁ ବହୁତ ଗର୍ବିତ ଅନୁଭବ କରୁଛି, ଭାରୋତ୍ତୋଳନରେ ଏହା ଆମର ଦ୍ୱିତୀୟ ପଦକ । ମୁଁ ଫେଡେରେସନ୍, ମୋର କୋଚ୍, ପରିବାର ଏବଂ ସମସ୍ତ ସମର୍ଥନ ପ୍ରଣାଳୀକୁ ଧନ୍ୟବାଦ ଦେବାକୁ ଚାହୁଁଛି ବୋଲି ୨୬ ବର୍ଷୀୟା ମିରାବାଇ ଚାନୁ କହିଛନ୍ତି । ଏହା ସହ ମିରାବାଇ ଆହୁରି ମଧ୍ୟ କହିଥିଲେ ଯେ ଟୋକିଓ ଗେମ୍ସରେ ପଦକ ଜିତିବା ତାଙ୍କର ଲକ୍ଷ୍ୟ ଥିଲା ଏବଂ ତେଣୁ ସେ ତାଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଅନେକ ବଳିଦାନ ଦେଇଥିଲେ।

ମୁଁ ଏଥିପାଇଁ ବହୁତ ପରିଶ୍ରମ କରିଛି ଏବଂ ବଳିଦାନ ଦେଇଛି। ଟୋକିଓ ଅଲିମ୍ପିକରେ ପଦକ ଜିତିବା ମୋର ଲକ୍ଷ୍ୟ ଥିଲା ବୋଲି ମିରାବାଇ କହିଛନ୍ତି। ଏହି ପଦକ ସହିତ, ସିଡନୀ ୨୦୨୦ ରେ ୬୯ କିଲୋଗ୍ରାମରେ କର୍ଣ୍ଣମ ମାଲଲେଶ୍ୱରୀଙ୍କ ବ୍ରୋଞ୍ଜ ବିଜେତା ଉଦ୍ୟମ ପରେ ଚାନୁ ଭାରୋତ୍ତୋଳନରେ ପଦକ ଜିତିଥିବା ପ୍ରଥମ ଭାରତୀୟ ମହିଳା ହୋଇଥିଲେ।

Related Posts