ପ୍ରଥମ ମହିଳା କ୍ରିକେଟ୍ ର ଭାବେ ୬ଟି ବିଶ୍ୱକପ୍ ଖେଳି ସଚିନଙ୍କ ରେକର୍ଡର ସମକକ୍ଷ ହେଲେ ମିଥାଲି ରାଜ

ଆରମ୍ଭ ହୋଇଛି ମହିଳା ବିଶ୍ୱକପ୍ ୨୦୨୨ । ତେବେ ମ୍ୟାଚ୍ ଆରଂଭରୁ ଭାରତୀୟ ମହିଳା ଦଳ ଜବରଦସ୍ତ ଆରମ୍ଭ କରିଛି । ପ୍ରଥମ ମ୍ୟାଚରେ ହିଁ ଦଳ ପାକିସ୍ତାନକୁ ହରାଇ ଟୁର୍ଣ୍ଣାମେଣ୍ଟ ଆରମ୍ଭ କରିଛି । ଏଥିସହ ଭାରତର କ୍ୟାପଟେନ୍ ମିଥାଲି ରାଜ ଏକ ଖାସ୍ ରେକର୍ଡ ନିଜ ନାଁରେ କରିଛନ୍ତି । ସେ ପ୍ରଥମ ମହିଳା କ୍ରିକେଟ୍ ଭାବେ ୬ଟି ବିଶ୍ୱକପ୍ ଖେଳିବାର ରେକର୍ଡ କରିଛନ୍ତି ।

ମିତାଲି ଏହି ବିଶ୍ୱକପ୍ ଖେଳିବା ପରେ ସଚିନ ତେନ୍ଦୁଲକରଙ୍କ ସହ ସମକକ୍ଷ ହୋଇଛନ୍ତି । କାହିଁକି ନା, ସଚିନ ହିଁ ଏକମାତ୍ର ଭାରତୀୟ ଖେଳାଳି ଯିଏ କି ଭାରତ ପାଇଁ ୬ଟି ବିଶ୍ୱକପ୍ ଖେଳିଥିଲେ । ସେହିପରି ପାକିସ୍ତାନୀ ଖେଳାଳି ଜାଭେଦ୍ ମିଆଁଦାଦ ମଧ୍ୟ ୬ଟି ବିଶ୍ୱକପ୍ ଖେଳିଛନ୍ତି ।

ମିଥାଲି ରାଜ ବିଶ୍ୱର ତୃତୀୟ କ୍ରିକେଟର ଯିଏ କି ୬ଟି ବିଶ୍ୱକପ୍ ଖେଳିବାର ରେକର୍ଡ ଅର୍ଜନ କରିଛନ୍ତି । ପ୍ରଥମ ଥର ସେ ୨୦୦୦ ମସିହାରେ ବିଶ୍ୱକପ୍ ଖେଳିଥିଲେ । ଏହାପରେ ୨୦୦୫,୨୦୦୯, ୨୦୧୩,୨୦୧୭ ଓ ୨୦୨୨ରେ ସେ ବିଶ୍ୱକପ୍ ଖେଳିଛନ୍ତି । ତେବେ ମିଥାଲି ରାଜଙ୍କ ପୂର୍ବରୁ ସଚିନ ଏକମାତ୍ର ଭାରତୀୟ ଖେଳାଳି ଭାବେ ୬ଟି ବିଶ୍ୱକପ୍ ଖେଳିବାର ରେକର୍ଡ କରିଛନ୍ତି । ୧୯୯୨ରୁ ୨୦୧୧ ଭିତରେ ସଚିନ ୬ଟି ବିଶ୍ୱକପ୍ ଖେଳିଛନ୍ତି । ତେବେ ସଚିନ ଥରେ ବିଶ୍ୱକପ୍ ଜିତିବାର ସୌଭାଗ୍ୟ ଅର୍ଜନ କରିଥିଲେ ମଧ୍ୟ, ମିଥାଲି ଏପର୍ଯ୍ୟନ୍ତ ବିଶ୍ୱକପ୍ ଟ୍ରଫି ଜିତିନାହାଁନ୍ତି ।

Related Posts