ମିଥୁନ ଚକ୍ରବର୍ତ୍ତୀଙ୍କ ଚାଞ୍ଚଲ୍ୟକର ଦାବି; ଟିଏମସି ର ୩୮ ଜଣ ବିଧାୟକ ବିଜେପି ସହ ସମ୍ପର୍କରେ ଅଛନ୍ତି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମିଥୁନ ଚକ୍ରବର୍ତ୍ତୀଙ୍କ ଚାଞ୍ଚଲ୍ୟକର ଦାବି। ବିଜେପି ସଂପର୍କରେ ଅଛନ୍ତି ଟିଏମସିର ଅନେକ ବିଧାୟକ। ତାଙ୍କର ଏହି ତାଜା ବୟାନ ପଶ୍ଚିମବଙ୍ଗ ରାଜନୀତିରେ ଝଡ ସୃଷ୍ଟି କରିଛି। ମମତା ବାନାର୍ଜୀଙ୍କ ନେତୃତ୍ଵାଧୀନ ତୃଣମୂଳ କଂଗ୍ରେସର ୩୮ ଜଣ ବିଧାୟକ ଭାରତୀୟ ଜନତା ପାର୍ଟି(ବିଜେପି)ର ଯୋଗାଯୋଗରେ ଅଛନ୍ତି।ଏଥିରୁ ୨୧ ବିଧାୟକ ତାଙ୍କ ସହ ସିଧାସଳଖ ଯୋଗାଯୋଗରେ ଥିବା ମିଥୁନ ଚକ୍ରବର୍ତ୍ତୀ କହିଛନ୍ତି।

ତେବେ ମିଥୁନ ଚକ୍ରବର୍ତ୍ତୀଙ୍କ ଦାବିକୁ ଯଦିବି ଗ୍ରହଣ କରାଯାଏ ତେବେ ୩୮ ଟିଏମସି ବିଧାୟକ ବିଜେପିରେ ମିଶିଲେ ବି ସରକାର ଗଠନ ହୋଇ ପାରିବ ନାହିଁ। ବର୍ତ୍ତମାନ ରାଜ୍ୟରେ ବିଜେପିର ବିଧାୟକ ହେଉଛନ୍ତି ୬୯। ୩୮ ବିଧାୟକଙ୍କୁ ମିଶାଇଲେ ସଂଖ୍ୟା ୧୦୭ରେ ପହଞ୍ଚୁଛି। ରାଜ୍ୟରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୧୪୪। ଏମିତିରେ ଟିଏମସିର ବିଧାୟକ ଭାଙ୍ଗିଲେ ମଧ୍ୟ ବିଜେପିକୁ ଦରକାର ଆହୁରି ୩୭ ବିଧାୟକ।

ଏନେଇ ମିଥୁନ କହିଛନ୍ତି ମହାରାଷ୍ଟ୍ରରେ ସରକାର ରାତାରାତି ବଦଳି ଗଲା। ଯଦି ଏହା ମହାରାଷ୍ଟ୍ରରେ କରାଯାଇ ପାରୁଛି ତେବେ ପଶ୍ଚିମବଙ୍ଗରେ କଣ ପାଇଁ ନୁହଁ ? ତେବେ ମିଥୁନଙ୍କର ଏହି ଦାବି ପରେ ପଶ୍ଚିମବଙ୍ଗ ରାଜନୀତି ସରଗରମ ହୋଇ ଉଠିଛି।

Related Posts