ସର୍ଜିକାଲ ଷ୍ଟ୍ରାଇକର ପ୍ରମାଣ ଦିଅନ୍ତୁ ମୋଦି ସରକାର; ପୁଣି କେନ୍ଦ୍ରକୁ ଟାର୍ଗେଟ କରି ଏପରି କହିଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସି ରାଓ ପ୍ରଧାନମନ୍ତ୍ରୀଙ୍କୁ ବାରମ୍ବାର ଟାର୍ଗେଟ କରିବାରେ ଲାଗିଛନ୍ତି । କେତେବେଳେ ଦେଶର ପ୍ରମୁଖ ବିରୋଧୀ ଦଳକୁ ଏକାଠି କରି ବିଜେପି ବିରୋଧରେ ଲଢ଼େଇ କରିବାକୁ ଯୋଜନା କରୁଥିବାବେଳେ ଆଉ କେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରୁଥିବାର ଦେଖିବାକୁ ମିଳିଛି । ଏହା ମଧ୍ୟରେ ପାକିସ୍ତାନ ଅଧିକୃତ କାଶ୍ମୀରରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକ ଉପରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ତେବେ ଆଜି ମୁଁ ପ୍ରମାଣ ମାଗୁଛି । ଏହାର ପ୍ରମାଣ କେନ୍ଦ୍ର ସରକାର ଦେଖାନ୍ତୁ ।

ବିଜେପି ସବୁବେଳେ ମିଥ୍ୟା ପ୍ରଚାର କରେ । ଏହି କାରଣରୁ ଲୋକମାନେ ଏହା ଦେଖିବାକୁ ମାଗୁଛନ୍ତି । ବିଜେପି ରାଜନୈତିକ ସ୍ତରରେ ସର୍ଜିକାଲ ଷ୍ଟ୍ରାଇକ ବ୍ୟବହାର କରୁଛି । ସୀମାରେ ସେନା ଯୁଦ୍ଧ କରୁଛି । ଯଦି କେହି ମରୁଛନ୍ତି, ସେ ଜଣେ ସୈନ୍ୟବାହିନୀକୁ ଶ୍ରେୟ ଦେବା ଉଚିତ । ବିଜେପିକୁ ନୁହେଁ ବୋଲି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ପୁଣିଥରେ ରାଜନୀତି ବେଶ ଚଳଚଞ୍ଚଳ ହୋଇ ଉଠିଛି । ଅନ୍ୟପଟେ ୨୦୧୬ ମସିହାରେ ଭାରତୀୟ ସେନା ପିଓକେରେ ସର୍ଜିକାଲ ଷ୍ଟ୍ରାଇକ କରିଥିଲା ।

Related Posts