ମୋଦିଙ୍କ ବଜେଟରେ କାଳିଆ ଛିଟା !

ସତ୍ୟପାଠ ବ୍ୟୁରୋ : ୨୦୧୯ ନିର୍ବାଚନ ପୂର୍ବରୁ କୃଷକଙ୍କ ପାଇଁ ବଡ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ୨୦୧୯-୨୦ ଆର୍ଥିକ ବର୍ଷର ପ୍ରଥମ ୪ମାସ ପାଇଁ ଆଗତ ଅନ୍ତରୀଣ ବଜେଟରେ ଚାଷୀଙ୍କୁ ଗୁରୁତ୍ୱ ଦିଆଯାଇଛି ।

ବଜେଟରେ କୃଷକଙ୍କ ପାଇଁ ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନା ନାମରେ ନୂଆ ଯୋଜନା ଘୋଷଣା ହୋଇଛି । ୨ହେକ୍ଟର ବା ତା ଠାରୁ କମ୍ ଜମି ଥିବା କୃଷକ ଏହି ଯୋଜନାର ଲାଭ ପାଇପାରିବେ । ଏହି ଯୋଜନାରେ ଅନ୍ତର୍ଭୁକ୍ତ ଚାଷୀଙ୍କ ଆକାଉଣ୍ଟକୁ ବର୍ଷକୁ ୬ହଜାର ଟଙ୍କା ପଠାଇବେ କେନ୍ଦ୍ର ସରକାର । ବର୍ଷକୁ ତିନିଟି କିସ୍ତୀରେ ଥରେକା ୨ହଜାର ଟଙ୍କା ଲେଖାଏଁ ଏହି ରାଶି ପ୍ରଦାନ କରାଯିବ । ଏଥିପାଇଁ ସରକାରଙ୍କୁ ୭୫ ହଜାର କୋଟି ଖର୍ଚ୍ଚ ବହନ କରିବାକୁ ପଡିବ । ୨୦୧୮ ଡିସେମ୍ବରରୁ ଏହା ପିଛିଲା ଭାବେ ଲାଗୁ କରାଯିବ ।

ତେବେ ଏହାକୁ ଓଡିଶା ସରକାରଙ୍କ କାଳିଆ ଯୋଜନାର କପି ପେଷ୍ଟ ବୋଲି କୁହାଯାଉଛି । ଗତ ଡିସେମ୍ବରରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ କାଳିଆ ଯୋଜନାର ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯେଉଁ ଯୋଜନାରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପରିବାରକୁ ବାର୍ଷିକ୧୦ହଜାର ଟଙ୍କାର ସହାୟତା ମିଳିବ । ସୂଚନାଯୋଗ୍ୟ, କାଳିଆ ଯୋଜନାରେ ଆବେଦନ କରିଥିବା ଚାଷୀଙ୍କ ଆକାଉଣ୍ଟକୁ ପଥମ କିସ୍ତି ଟଙ୍କା ଆସି ସାରିଲାଣି ।

Related Posts