ପଢ଼ନ୍ତୁ ବଜେଟ ୨୦୧୯ର ଟିକିନିକ୍ ଅପଡେଟ୍

ସତ୍ୟପାଠ ବ୍ୟୁରୋ : ନିର୍ବାଚନ ପୂର୍ବରୁ ସଂସଦରେ ଉପସ୍ଥାପିତ ହୋଇଛି ଶେଷ ବଜେଟ । କାମଚଳା ଅର୍ଥମନ୍ତ୍ରୀ ପିୟୁଶ ଗୋୟଲ ଏହି ଅନ୍ତରୀଣ ବଜେଟକୁ ଉପସ୍ଥାପନ କରିଛନ୍ତି । ଏହି ଅବସରରେ ଦେଶର ଅର୍ଥବ୍ୟବସ୍ଥା ସଂପର୍କରେ ଅଭିଭାଷଣ ରଖିଛନ୍ତି ଅର୍ଥମନ୍ତ୍ରୀ । ଭାରତର ଅର୍ଥବ୍ୟବସ୍ଥା ଟ୍ରାକକୁ ଫେରିଥିବା କହଛନ୍ତି ପିୟୁଶ । ବିତ୍ତୀୟ ନିଅଣ୍ଟ ଠାରୁ ଆରମ୍ଭ କରି ଦରଦାମ ନିୟନ୍ତ୍ରଣ ପର୍ଯ୍ୟନ୍ତ ସବୁ କ୍ଷେତରେ ମୋଦି ସରକାରର ସଫଳତାକୁ ବିସ୍ତୃତ ଭାବେ ଉପସ୍ଥାପନ କରିଛନ୍ତି ଗୋୟଲ ।

ମହିଳାଙ୍କୁ ୪୦ହଜାର ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ଉପରେ କୌଣସି ଟ୍ୟାକ୍ସ ନାହିଁ ।

ଏହା ଅନ୍ତରୀଣ ବଜେଟ ନୁହେଁ ଦେଶର ବିକାଶ ଯାତ୍ରାର ମାଧ୍ୟମ । ଆମ ସରକାର ଏକ ଜନ ଆନ୍ଦୋଳନରେ ପରିଣତ ହୋଇଗଲାଣି : ପିୟୁଶ

କରଦାତାଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ ଆଶ୍ୱସ୍ତି । ୫ଲକ୍ଷ ଆୟ ପର୍ଯ୍ୟନ୍ତ ସଂପୂର୍ଣ୍ଣ ଟ୍ୟାକ୍ସ ଛାଡ କଲେ ଅର୍ଥମନ୍ତ୍ରୀ । ପିଏଫ୍ ଓ ବୀମା କରିଥିଲେ ୬.୫ଲକ୍ଷ ପର୍ଯ୍ୟନ୍ତ ନିବେଶ ଉପରେ କରଛାଡ ଘୋଷଣା କରାଗଲା । ଏହାଦ୍ୱାରା ୩କୋଟି ଲୋକ ଉପକୃତ ହେବେ ।

କଳାଧନ ଖତମ୍ କରିବା ପାଇଁ ଆମ ସରକାର ପ୍ରତିବଦ୍ଧ ଅଟେ ।

ସ୍ୱସ୍ଥ ଭାରତ ନିର୍ମାଣ ପାଇଁ ସରକାର ଅୟୁଷ୍ମାନ ଭାରତ ଯୋଜନା ଲାଗ କରିଛନ୍ତି । ଆମ ଭିଜନକୁ ଟିମ ଇଣ୍ଡିଆ ବୋଲି ଧରାଯାଉ ଯାହା ମିନିମମ୍ ଓ ମ୍ୟାକ୍ସମ୍ମ୍ ଗଭର୍ଣ୍ଣାନ୍ସ ଆଧାରରେ ଚାଲୁଛି ।

ଇଣ୍ଟରନେଟ ଇଣ୍ଡଷ୍ଟ୍ରିରେ ରୋଜଗାରର ଅବସର ରହିଛି । ଯେକୌଣସି ଭାଷାରେ ସିନେମା ତିଆରି ହେଲେ ମଧ୍ୟ ରୋଜଗାର ମିଳିବ ।

ଏବେ ରିଟର୍ଣ୍ଣର ଇଲେକ୍ଟ୍ରୋନିକ ଯାଂଚ କରାଯିବ । ଗତବର୍ଷ ୯୯.୫୪ ରିଟର୍ଣ୍ଣ ଦାଖଲ କରାଯାଇଛି । ଜିଏସଟି ଫଳରେ ରାଜ୍ୟ ରାଜ୍ୟ ମଧ୍ୟରେ ବ୍ୟବସାୟ ସୁଲଭ ହୋଇପାରିଛି ।

ଅଧିକାଂଶ ସିନେମାଘରେ ୧୨ ପ୍ରତିଶତ ଟ୍ୟାକ୍ସ ଲାଗୁଛି । ଘର କିଣିବା ବାଲାଙ୍କୁ ଏବେ ଚାପ କମ୍ ରହିବ ।

ଛୋଟବ୍ୟବସାୟୀଙ୍କ ପାଇଁ ତିନି ମାସରେ ଗୋଟିଏ ଜିଏସଟିର ବ୍ୟବସ୍ଥା । ପାଂଚବର୍ଷରେ ପାଂଚ ଟ୍ରିଲିୟନ ଅର୍ଥବ୍ୟବସ୍ଥାର ଲକ୍ଷ୍ୟ ରଖାଯାଇଛି । ପୁଣି ଆଠ ବର୍ଷରେ ୧୦ଟ୍ରିଲିୟନ ଅର୍ଥବ୍ୟବସ୍ଥାର ଲକ୍ଷ୍ୟ ରଖାଯାଇଛି ।

ବଜେଟରେ ଆଗାମୀ ୧୦ବର୍ଷର ଭିଜନ ରଖାଯାଇଛି ।

ନୋଟବନ୍ଦୀ ପରେ ୧କୋଟି ଲୋକ ପ୍ରଥମ ଥର ପାଇଁ ଟ୍ୟାକ୍ସ ଦାଖଲ କରିଛନ୍ତି । ନୋଟବନ୍ଦୀ ପରେ ଟ୍ୟାକ୍ସ ଫାଇଲ କରିବା ଲୋକଙ୍କ ସଂଖ୍ୟା ବଢ଼ିଛି ।

ଆମ ସରକାର ଜିଏସଟି ଲାଗୁ କରିଛି । ଯାହାଳଆଜି ପର୍ଯ୍ୟନ୍ତ ସବୁଠାରୁ ବଡ କରସ ୁଧାର ଅଟେ । ୨୪ଘଂଟାରେ ଆଇଟି ରିଟର୍ଣ୍ଣ କରିବାର ସୁବିଧା ରହିଛି ଜିଏସଟିରେ ।

୬.୮୫କୋଟି ଲୋକ ରିଟର୍ଣ୍ଟ ଦାଖଲ କରିଛନ୍ତି । ଯେଉଁମାନେ ରିଟର୍ଣ୍ଣ ଦାଖଲ କରୁଛନ୍ତି ସେମାନଙ୍କୁ ରିହାତି ଓ କିଛି ବିଶେଷ ଲାଭ ପ୍ରଦାନ ପାଇଁ ସରକାର ତତ୍ପର ଅଛନ୍ତି ।

ରିଟର୍ଣ୍ଣ ଫାଇଲକାରୀଙ୍କ ସଂଖ୍ୟା ବଢ଼ିଛି । ୧୨ଲକ୍ଷ କୋଟିର ଟ୍ୟାକ୍ସ ଜମା ହୋଇଛି । ଗତବର୍ଷ ୯୯.୫୪ ରିଟର୍ଣ୍ଣ ଦାଖଲର ଲକ୍ଷ୍ୟ ରଖାଯାଇଥିଲା ।

ଉରୀ ସିନେମା ଦେଖିବା ପରେ ମନରେ ଜୋଶ୍ ଆସିଯାଉଛି । ସିନେମା ହଲର ଉନ୍ନତିକରଣ ପାଇଁ ସରକାର ପଦକ୍ଷେପ ନେଉଛନ୍ତି ।

ଇଣ୍ଟରନେଟ ଇଣ୍ଡଷ୍ଟ୍ରିରେ ରୋଜଗାରର ଅବସର ରହିଛି । ଯେକୌଣସି ଭାଷାରେ ସିନେମା ତିଆରି ହେଲେ ମଧ୍ୟ ରୋଜଗାର ମିଳିବ ।

ଆଗାମୀ ୫ବର୍ଷରେ ୧ଲକ୍ଷ ଡିଜିଟାଲ ଗାଁ ତିଆରି କରିବ ମୋଦି ସରକାର ।

ବିଗତ ୫ବର୍ଷରେ ମୋବାଇଲ ଡାଟା ବ୍ୟବହାର ୫୦ ଗୁଣ ବଢ଼ିଛି । ମେକ୍ ଇନ୍ ଇଣ୍ଡିଆ ମାଧ୍ୟମରେ ୨୬୮ ରୁ ଅଧିକ କମ୍ପାନୀ ଚାକିରୀ ଦେଇଛି । ଭାରତରେ ସବୁଠୁ ଅଧିକ ମୋବାଇଲ ବ୍ୟବହାରକାରୀ ରହିଛନ୍ତି ।

ଦେଶରେ ଏୟାରପୋର୍ଟ ସଂଖ୍ୟା ୧୦୦ରେ ପହଂଚିଛି । ପ୍ରତିଦିନ ଦେଶରେ ୨୭ କିଲୋମିଟର ହାଇୱେ ତିଆରି ଚାଲିଛି । ବିଗତ ୫ବର୍ଷରେ ବିମାନ ଯାତ୍ରୀଙ୍କ ସଂଖ୍ୟା ୨ଗୁଣା ବଢ଼ିଛି । କୋଲକାତାରୁ ବାରାଣାସୀ ନଦୀରେ ଜଳପଥ ଆରମ୍ଭ କରାଯାଇଛି ।

ଦେଶରେ ପ୍ରଥମ ଥର ପାଇଁ ପ୍ରତିରକ୍ଷା ବଜେଟ ୩ଲକ୍ଷ କୋଟି ଟଙ୍କାରୁ ଅଧିକ କରାଯାଇଛି । ଦରକାର ପଡିଲେ ଏହି ରାଶି ବଢ଼ିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ । ୬୦ବର୍ଷରୁ ଉଦ୍ଧ୍ୱର୍ ବ୍ୟକ୍ତିଙ୍କୁ ୩ହଜାର ଟଙ୍କାର ପେନସନ ବ୍ୟବସ୍ଥା କରାଯାଇଛି । ମାସିକ ୧୦୦ ଟଙ୍କାର ଅଂଶଧନ ଉପରେ ବୋନସର ବ୍ୟବସ୍ଥା ମଧ୍ୟ କରାଯାଇଛି । ଇପିଏଫ୍ଓର ବୀମାରାଶି ୬ଲକ୍ଷ ଟଙ୍କା କରାଯାଇଛି । ଅଣସଂଗଠିତ କ୍ଷେତ୍ରରେ ଶ୍ରମିକଙ୍କ ମୃତ୍ୟୁରେ ୬ଲକ୍ଷ ଟଙ୍କାର ସହାୟତା ରାଶି କରାଯାଇଛି ।

ଅର୍ଥମନ୍ତ୍ରୀ କହିଛନ୍ତି ୬କୋଟି ରନ୍ଧନ ଗ୍ୟାସ ବଂଟା ଯାଇଛି । ଆଗାମୀ ବର୍ଷ ସୁଦ୍ଧା ଏହା ୮କୋଟରେ ପହଂଚିଯିବ । ସବୁ ପରିବାରରେ ରନ୍ଧନ ଗ୍ୟାସ ପହଂଚାଇବା ମୋଦି ସରକାରର ଲକ୍ଷ୍ୟ । ମୋଦି ସରକାରଙ୍କ ସବୁଠାରୁ ଲୋକାଭୀମୁଖି ଯୋଜନା ଭାବେ ପରିଗଣିତ ଉଜ୍ଜ୍ୱଳା ଯୋଜନାରେ ପ୍ରତି ପରିବାର ଲାଭାନ୍ୱିତ ହେଉଛନ୍ତି ।

୨ହେକ୍ଟର ଥିବା କୃଷକଙ୍କୁ ବାର୍ଷିକ ୬ହଜାର ଟଙ୍କା ଇନକମ୍ ସପୋର୍ଟ ଦେବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ଯେଉଁ ଟଙ୍କା ସିଧା ଚାଷୀର ଆକାଉଣ୍ଟକୁ ଯିବ । ଏହା ତିନିଥରରେ ଯିବ । ଭାରତ ସରକାର ଦ୍ୱାରା ଏହାର ଫଣ୍ଡ ବ୍ୟବସ୍ଥା କରାଯାଉଛି । ଏହାଦ୍ୱାରା ଦେଶର ୧୨ କୋଟି ଚାଷୀ ଲାଭାନ୍ୱିତ ହେବେ । ଏହା ୧ ଡିସେମ୍ବର ୨୦୧୮ରୁ ପିଛିଲା ଭାବେ ଲାଗୁ ହେବ । ଏହା ପିଏମ୍ କିଶାନ ସମ୍ମାନ ଯୋଜନା ଭାବେ କାର୍ଯ୍ୟ କରିବ ଓ ଏଥିପାଇଁ ୭୫ ହଜାର କୋଟି ଟଙ୍କା ସରକାର ଭରଣା କରିବେ । ୨୧ହଜାର ବେତନ ଭୋଗୀ କୃଷକଙ୍କ ବୋନସ ବଢ଼ିଛି । ମଜଦୁରଙ୍କ ବୋନସ ୭୦୦୦ହୋଇଛି । ୭ମ ବେତନ କମିଶନଙ୍କ ସୁପାରିଶ ପରେ ଏହା ଖୁବଶୀଘ୍ର ଲାଗୁହେବ ।

କୃଷି ଓ କୃଷକଙ୍କ ଉନ୍ନତି ପାଇଁ ଆୟ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ପୂର୍ବରୁ ଫସଲର ଉଚିତ ମୂଲ୍ୟ ମିଳୁ ନଥିବା ବେଳେ ଏବେ ଏହି ସମସ୍ୟା ଆଉ ନାହିଁ । କେନ୍ଦ ସରକାର ମୋଟ ୨୨ଟି ଫସଲର ମୂଲ୍ୟରେ ପ୍ରାୟ ୫୦ ପ୍ରତିଶତ ଅଧିକ ଦର ନିର୍ଦ୍ଧାରଣ କରିଛନ୍ତି । ୨୦୨୨ ସୁଦ୍ଧା କୃଷକଙ୍କ ଆୟ ଦୁଇଗୁଣା ହୋଇଯିବ ।

ମନରେଗା ପାଇଁ ୬୦ ହଜାର କୋଟିଟଙ୍କାର ବ୍ୟବସ୍ଥା ରହିଛି । ବିତ୍ତୀୟ ନିଅଣ୍ଟ ୩.୪ ପତିଶତ କମ୍ ହୋଇଛି । ରାଷ୍ଟ୍ରୀୟ ଗୋକୁଳ ଯୋଜନା ଆରମ୍ଭ କରିବେ ସରକାର । ଏଥିପାଇଁ ୭୫୦କୋଟି ଟଙ୍କା ଖର୍ଚ୍ଚ ହେବ । ଗୋମାତାଙ୍କ ସମ୍ମାନ ପାଇଁ ଯାହା ଯାହା ଦରକାର ସରକାର ସବୁ କରିବେ । ଗୋମାତାଙ୍କ ପାଇଁ ସରକାର କେବେ ପଛକୁ ହଟିବେ ନାହିଁ ।

ଦେଶରେ ଏବେ ୨୧ଟି ଏମ୍ସ ରହିଛି । ୨୦୧୪ରୁ ଆଜି ପର୍ଯ୍ୟନ୍ତ ୧୪ଟି ଏମ୍ସ ସରକାର ଦେଶକୁ ଭେଟି ଦେଇଛନ୍ତି । ୨୨ତମ ଏମ୍ସ ହରିଆଣାରେ ତିଆରି ଚାଲିଛି ।

ଦେଶରେ ୧କୋଟି ୫୩ ଲକ୍ଷ ହିତାଧିକାରୀ ଘର ପାଇଛନ୍ତି । ସୌଭାଗ୍ୟ ଯୋଜନାରେ ସରକାର ସବୁ ଘରକୁ ମାଗଣା ବିଜୁଳି ଯୋଗାଇ ଦେଇଛନ୍ତି । ୧୪୩ କୋଟି ଏଲଇଡି ବଲ୍ବ ଯୋଗାଇ ଦିଆଯାଇଛି । ଏହାଦ୍ୱାରା ବିଜୁଳି ବିଲ୍ ବର୍ଷକୁ ପାଖାପାଖି ୧୫୦ କୋଟି ଟଙ୍କା ସଂଚୟ କରାଯାଇପାରିବ ।

https://www.facebook.com/SatyapathaNews/videos/288825065111695/

Related Posts