କରଦାତାଙ୍କୁ ନିର୍ବାଚନୀ ତୋଫା

ସତ୍ୟପାଠ ବ୍ୟୁରୋ : କରଦାତାଙ୍କ ପାଇଁ ଖୁସି ଖବର ଆଣିଛି ଅନ୍ତରୀଣ ବଜେଟ । ବାର୍ଷିକ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ବ୍ୟକ୍ତିଙ୍କୁ ଆୟକର ଦେବାକୁ ପଡିବ ନାହିଁ ବୋଲି ବଜେଟରେ ଘୋଷଣା କରାଯାଇଛି ।

ଅର୍ଥମନ୍ତ୍ରୀ ପିୟୁଶ ଗୋଏଲ ଆଜି ଅନ୍ତରୀଣ ବଜେଟରେ ଆୟକର ଛାଡର ସୀମା ଘୋଷଣା କରି ନାହାଁନ୍ତି ସତ କିନ୍ତୁ କରଦାତାଙ୍କ ପାଇଁ ବଡ ଉପହାର ଭେଟି ଦେଇଛନ୍ତି । ଏହି ମୁତାବକ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ କୌଣସି ଟିକସ ଦେବାକୁ ପଡିବ ନାହିଁ । ପୂର୍ବରୁ ଏହା ଅଢ଼େଇ ଲକ୍ଷ ଥିବା ବେଳେ ଏବେ ୫ଲକ୍ଷକୁ ବୃଦ୍ଧି ପାଇଛି ।

ସେହିଭଳି ସାଢ଼େ ୬ଲକ୍ଷ ଟଙ୍କାର ନିବେଶ ଉପରେ କୌଣସି ଟିକସ ଦେବାକୁ ପଡିବ ନାହିଁ ବୋଲି ଘୋଷଣା ହୋଇଛି । ଦେଶରେ ପ୍ରାୟ ୩କୋଟି ମଧ୍ୟବିତ ପରିବାର ଏହାଦ୍ୱାରା ଉପକୃତ ହେବେ ବୋଲି ଆଶା କରାଯାଉଛି ।

Related Posts