ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ):ଆସନ୍ତା ଜୁନ୍ ୧୨ରେ ମୋହନ ସରକାରର ୨ ବର୍ଷ ପୂର୍ତ୍ତି । କାଲିଠୁ ରିପୋର୍ଟ କାର୍ଡ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ଗତ ଦୁଇ ବର୍ଷ ମଧ୍ୟରେ ସରକାରଙ୍କ ଘୋଷଣା, ବିକାଶମୂଳକ କାର୍ଯ୍ୟ, ଲୋକକଲ୍ୟାଣ ଯୋଜନା ଏବଂ ବିଭାଗୀୟ ପ୍ରଦର୍ଶନର ସମ୍ପୂର୍ଣ୍ଣ ହିସାବ ନିଆଯିବ ।

ସରକାର ଗଠନ ପରଠାରୁ କେଉଁ ବିଭାଗ କେତେ ଲକ୍ଷ୍ୟ ହାସଲ କରିଛି, କେଉଁ ପ୍ରକଳ୍ପ ସଫଳ ହୋଇଛି ଏବଂ କେଉଁ କ୍ଷେତ୍ରରେ ଆହୁରି ସୁଧାର ଆବଶ୍ୟକ ରହିଛି, ସେ ସମସ୍ତ ବିଷୟରେ ତଥ୍ୟ ଉପସ୍ଥାପନ କରିବେ ସଂପୃକ୍ତ ବିଭାଗୀୟ ମନ୍ତ୍ରୀମାନେ । ପ୍ରତ୍ୟେକ ବିଭାଗକୁ ଦୁଇ ବର୍ଷର କାର୍ଯ୍ୟକଳାପ, ବଜେଟ୍ ବ୍ୟୟ, ଯୋଜନା କାର୍ଯ୍ୟକାରିତା ଏବଂ ଜନସାଧାରଣଙ୍କ ଉପରେ ପଡ଼ିଥିବା ପ୍ରଭାବ ସମ୍ବନ୍ଧୀୟ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରିବାକୁ କୁହାଯାଇଛି ।