(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଆର୍ଥିକ କ୍ଷତିଗ୍ରସ୍ତ ଜମାକାରୀଙ୍କ ଚିହ୍ନଟ କରି ଟଙ୍କା ଫେରସ୍ତ କରିବା ପାଇଁ ଓଡ଼ିଶା ସରକାର ଅନ୍ଲାଇନ୍ ବ୍ୟବସ୍ଥା କରିଛନ୍ତି । ରାଜ୍ୟ ସରକାରଙ୍କ 5-ଟି ପଦକ୍ଷେପର ଏକ ଅଂଶ ଭାବରେ ଅର୍ଥ ବିଭାଗ ଶୁକ୍ରବାର ଦିନ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଭର୍ଚୁଆଲ୍ ମୋଡ୍ ଜରିଆରେ ଗୋଟିଏ ୱେବ୍ସାଇଟ୍ ଉନ୍ମୋଚନ କରିଛନ୍ତି । କ୍ଷତିଗ୍ରସ୍ତ ଜମାକାରୀମାନଙ୍କୁ ଲକଡାଉନ୍ ଏବଂ ସାପ୍ତାହିକ ସଟଡାଉନ୍ ହେତୁ ଆଉ ତହସିଲ ଅଫିସ ଯାଇ ଆବେଦନ ପତ୍ର ଦେବାକୁ ପଡ଼ିବ ନାହିଁ। କ୍ଷତିଗ୍ରସ୍ତ ଜମାକାରୀଙ୍କ ସୁବିଧା ପାଇଁ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ଅର୍ଥ ସଚିବ ଅଶୋକ ମୀନାଣ୍ଡ ଏବଂ ଅନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ୱେବସାଇଟ୍ www.opid.odisha.gov.in କୁ ଉଦଘାଟନ କରିଥିଲେ। ଅଧିନିୟମ -2011 ଅନୁଯାୟୀ ଯେଉଁ ଆବେଦନକାରୀ ମାନେ ଟେକ୍ନୋଲୋଜି ସହ ପରିଚିତ ନୁହନ୍ତି ସେମାନେ ନିକଟସ୍ଥ ‘ ମୋ ସେବା କେନ୍ଦ୍ରର ସହାୟତା ନେଇ ଅନ୍ଲାଇନ୍ରେ ଦରଖାସ୍ତ ପ୍ରଦାନ କରିପାରିବେ । କ୍ଷେତ୍ରୀୟ ତଦନ୍ତ ଟିମ୍ନ କ୍ଷେତ୍ରୀୟ ସ୍ତରରେ ତଦନ୍ତ କରି ପ୍ରକୃତ ଜମାକାରୀ ଚିହ୍ନଟ କରିପାରିବେ। ପ୍ରଥମ ପର୍ଯ୍ୟାୟରେ,ଟେକ୍ ଇଷ୍ଟେସ୍ ଓ ପ୍ରମୋଟସ୍ ପ୍ରାଇଭେଟ୍ ଲିମିଟେଡ଼ ଏବଂ ମେସସ୍ର ରାଜଧାନୀ ସିଷ୍ଟମ୍ ଓ ଇଷ୍ଟେସ୍ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନିର କ୍ଷତିଗ୍ରସ୍ତ ଜମାକାରୀ ମାନେ ଏହି ଅନ୍ଲାଇନ୍ ବ୍ୟବସ୍ଥାରେ ଆବେଦନ କରିପାରିବେ । ଏହି ସଂସ୍ଥା ଦ୍ୱାରା କ୍ଷତିଗ୍ରସ୍ତ ଜମାକାରୀ ଜୁନ୍ ୪ ତାରିଖରୁ ଜୁଲାଇ ୧୯ ତାରିଖ ପର୍ଯ୍ୟନ୍ତ ଅନ୍ଲାଇନ୍ରେ ଆବେଦନ କରିବେ । ଚିଟ୍ ଫଣ୍ଡ ଜମାକାରୀଙ୍କ ଚିହ୍ନଟ କରିବା ଏବଂ ଟଙ୍କା ଫେରସ୍ତ କରିବା ପାଇଁ ଜଷ୍ଟିସ ଆର୍. କେ ପାତ୍ରଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସରକାର ୨୦୧୩ ଜୁଲାଇ ୯ ତାରିଖରେ ରେ ଜୁଡିସିଆଲ କମିଶନ ଗଠନ କରିଥିଲେ। ତେବେ ଜଷ୍ଟିସ ପାତ୍ରଙ୍କ ମୃତ୍ୟୁ ପରେ ଜଷ୍ଟିସ ମଦନ ମୋହନ ଦାସ ୫ ଫେବୃଆରୀ ୨୦୧୪ ରେ ଏହି କମିଶନର ଦାୟିତ୍ୱ ନେଇଥିଲେ। ସୂଚନାଯୋଗ୍ୟ, ୪ ଫେବୃଆରୀ ୨୦୨୦ ରେ କମିଶନର କାର୍ଯ୍ୟକାଳ ଶେଷ ହେବା ପରଠାରୁ ତଦନ୍ତ କମିଶନ ଅକାମି ହୋଇଯାଇଛି । କମିଶନ ଏହାର କାର୍ଯ୍ୟକାଳ ବୃଦ୍ଧି ପାଇଁ ଓଡ଼ିଶା ସରକାରଙ୍କୁ ଅନୁରୋଧ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ଆୟୋଗ କ୍ଷୁଦ୍ର ଜମାକାରୀଙ୍କ ଠାରୁ (ଯେଉଁମାନେ ୧୦ ହଜାର କିମ୍ବା ତା’ଠାରୁ କମ୍ ଜମା କରିଥିଲେ) ୮.୮୬ ଲକ୍ଷ ଟଙ୍କାର ଆଫିଡେଭିଟ୍ ପାଇଥିଲେ। ସରକାରଙ୍କୁ ଦେଇଥିବା ସାତଟି ମଧ୍ୟବର୍ତ୍ତୀ କାଳୀନ ରିପୋର୍ଟରେ ଆୟୋଗ ୪୯୭୮୪୪ କ୍ଷୁଦ୍ର ଜମାକାରୀଙ୍କ ପାଇଁ କ୍ଷତିପୂରଣ ସୁପାରିଶ କରିଥିବାବେଳେ । ଏହି ଜମାକାରୀଙ୍କୁ ଠକି ଥିବା ୪୫୦ ରୁ ଅଧିକ କମ୍ପାନୀର ତାଲିକା ପ୍ରଦାନ କରିଥିଲେ ।
Related Posts
-
Copyright © SatyaPatha2021