ଡୋମିନିକାରୁ ମେହୁଲ ଚୋକସୀଙ୍କୁ ଆଣିବାକୁ ଯାଇଥିବା ଭାରତୀୟ ଟିମ ନିରାଶ, ଖାଲି ଫେରିଲା ଚାର୍ଟାଡ ବିମାନ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ପଳାତକ ହୀରା ବ୍ୟବସାୟୀ ଓ ପିଏନବି ଠକେଇ ମାମଲାରେ ମୁଖ୍ୟ ଅଭିଯୁକ୍ତ ମେହୁଲ ଚୋକସୀ ଭାରତ ଆସିବା ନେଇ ବର୍ତ୍ତମାନ କୌଣସି ସମ୍ଭାବନା ନାହିଁ ବୋଲି ଜଣା ପଡିଛି । କାରଣ ଡୋମିନିକା ପହଁଚିଥିବା ଭାରତୀୟ ଅଧିକାରୀଙ୍କ ଘରୋଇ ବିମାନ ସେଠାରେ ଚୋକସୀଙ୍କୁ ନଧରି ଫେରୁଥିବା ସୂଚନା ମିଳିଛି। ସାତ ଦିନ ପାଇଁ ୩.୨୮ କୋଟି ଟଙ୍କା ଭଡ଼ା ନେଉଥିବା ଅତ୍ୟାଧୁନିକ ବିମାନ ଯୋଗେ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସୀଙ୍କୁ ଆଣିବା ପାଇଁ ଭାରତ ସରକାର ଯେଉଁ ଯୋଜନା କରିଥିଲେ, ତାହା ସଫଳ ହୋଇନାହିଁ। ଆଣ୍ଟିଗୁଆରୁ ଡ୍ରାମାଟିକ ଘଟଣାକ୍ରମେରେ ଡୋମିନିକା ଯାଇ ସେଠାରେ ଗିରଫ ହୋଇଥିବା ଚୋକସୀଙ୍କୁ ଭାରତ ଆଣିବାକୁ ଯାଇଥିବା ଟିମକୁ ନିରାଶ ହେବାକୁ ପଡ଼ିଛି। ସୂତ୍ରରୁ ପ୍ରକାଶ ଯେ ମେହୁଲ ଚୋକସିଙ୍କୁ ଫେରାଇ ଆଣିବା ପାଇଁ ଡୋମିନିକା ଯାଇଥିବା ଭାରତର ମଲ୍ଟି ଏଜେନ୍ସି ଦଳ କାତାର ଏୟାରୱେଜ୍ ଘରୋଇ ବିମାନରେ ଘରକୁ ଫେରିଛନ୍ତି କାରଣ ପଳାତକ ହୀରା ବ୍ୟବସାୟୀଙ୍କ ହାବିଆ କର୍ପସ ଆବେଦନ ଉପରେ ହାଇକୋର୍ଟ ଶୁଣାଣି ସ୍ଥଗିତ ରଖିଛନ୍ତି। ଡୋମିନିକା ହାଇକୋର୍ଟ ଏହି ମାମଲାର ଶୁଣାଣିକୁ ଜୁନ୍ ୧୪ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ଚୋକସୀ ଡୋମିନିକାରେ ଗିରଫ ହୋଇଥିବା ଖବର ମିଳିବା ପରେ କତାର ଏୟାୱେଜ ପ୍ରାଇଭେଟ୍‌ ଜେଟରେ ସିବିଆଇ ଓ ଇଡିର ୮ ଜଣ ଅଧିକାରୀ ତାଙ୍କୁ ଆଣିବା ପାଇଁ ବାହାରିଥିଲେ। ୨୮ ତାରିଖରେ ବିମାନଟି ଡୋମିନିକାରେ ପହଞ୍ଚିଥିଲା। ସେବେଠାରୁ ସେମାନେ ସେଠାରେ କୋର୍ଟଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରି ବସିଥିଲେ। ହେଲେ କୋର୍ଟ ଗୁରୁବାର ରାତିରେ(ଭାରତୀୟ ସମୟ) ଚୋକସୀଙ୍କ ପ୍ରତ୍ୟର୍ପଣ ଆବେଦର ଶୁଣାଣି ଜୁଲାଇ ମାସକୁ ଘୁଞ୍ଚାଇ ଦେଇଥିଲେ।ସୂଚନା ଅନୁସାରେ ରବିବାର ଚୋକ୍ସିଙ୍କ ଏକ ଫଟୋ ସାମ୍ନାକୁ ଆସିଥିଲା। ଯେଉଁଥିରେ ସେ ଜେଲରେ ରହିଥିବା ବେଳେ ତାଙ୍କ ଆଖି ଓ ହାତ ଲାଲ ପଡ଼ି ଯାଇଥିବା ଦେଖିବାକୁ ମିଳିଥିଲା। ତାଙ୍କୁ ଡୋମିନିକା ସିଆଇଡି ମାରପିଟ କରିଥିବା ତାଙ୍କ ଓକିଲ ଅଭିଯୋଗ କରିଥିଲେ। ଏଥିପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

Related Posts