ସାଂସଦ ନବନୀତ ରାଣା ଓ ତାଙ୍କ ସ୍ୱାମୀଙ୍କୁ ମିଳିଲାନି ଜାମିନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସାଂସଦ ନବନୀତ ରାଣା ଓ ତାଙ୍କ ସ୍ୱାମୀଙ୍କୁ ମିଳିଲାନି ଜାମିନ । ତେବେ ଜାମିନ ଆବେଦନ ଶୁଣାଣି ଲାଗି ମୁମ୍ବାଇର ଏକ ସେସନ୍ କୋର୍ଟ ଆଜି ଆଉ ଏକ ତାରିଖ ଧାର‌୍ୟ୍ୟ କରିଥିଲେ। ହେଲେ ଆଜି ଶୁଣାଣି ହୋଇପାରିନଥିବା କୁହାଯାଉଛି। ବୁଧବାର ଦିନ କୋର୍ଟ ଜାମିନ ଆବେଦନର ଶୁଣାଣି କରିବେ ବୋଲି ଜଣାପଡ଼ିଛି। ତେଣୁ, ସେପର‌୍ୟ୍ୟନ୍ତ ରାଣା ଦମ୍ପତି ଜେଲ୍ରେ ରହିବେ। ସେପଟେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କ ବାନ୍ଦ୍ରାସ୍ଥିତ ବ୍ୟକ୍ତିଗତ ବାସଭବନ ‘ମାତୋଶ୍ରୀ’ ସମ୍ମୁଖରେ ‘ହନୁମାନ ଚାଳିଶା’ ପାଠ କରିବେ ବୋଲି ସର୍ବସାଧାରଣରେ ଘୋଷଣା କରିବା ପରେ ଏପ୍ରିଲ୍ ୨୩ ତାରିଖରେ ଦୁହିଁଙ୍କୁ ଗିରଫ କରାଯାଇଥିଲା।

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବାସଭବନ ମାତୋଶ୍ରୀ ବାହାରେ ହନୁମାନ ଚାଳିସା ଜପ କରିବାକୁ ଧମକ ଦେଇଥିଲେ ‘ବିଧାୟକ-ସାଂସଦ’ ରାଣା ଦମ୍ପତି। ହେଲେ ପରେ ଦୁହେଁ ସେଭଳି କରିବେ ନାହିଁ ବୋଲି କହିଥିଲେ। ପ୍ରଧାନମନ୍ତ୍ରୀ ମୁମ୍ବାଇ ଆସିବାର ଯୋଜନା ରହିଥିବାରୁ ସେମାନେ ଏଭଳି ନିଷ୍ପତ୍ତି ନେଇଥିବା କହିଥିଲେ। ହେଲେ ହନୁମାନ ଚାଳିସା ଜପ କରିନଥିଲେ ବି ମୁମ୍ବାଇ ପୁଲିସ ଦୁହିଁଙ୍କୁ ଗିରଫ କରିଥିଲା। ତାଙ୍କ ବିରୋଧରେ ଆଇପିସିର ଧାରା ୧୫୩ଏ ଅନୁଯାୟୀ ଏକ ମାମଲା ରୁଜୁ ହୋଇଥିଲା।

Related Posts