ଷ୍ଟେଜ ଉପରେ ମାଇକକୁ ନେଇ ଭିଡ଼ାଭିଡ଼ି ହେଲେ ସାଂସଦ ଓ ବିଧାୟକ: ଭାଇରାଲ ହେଲା ଭିଡିଓ

ହାଇଦ୍ରାବାଦ: ଷ୍ଟେଜ ଉପରେ ଜଣେ ମହିଳା ସାଂସଦ ଓ ପୁରୁଷ ବିଧାୟକଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଅପ୍ରୀତିକର ପରିସ୍ଥିତିର ଭିଡିଓ ଏବେ ଭାଇରାଲ ହୋଇଛି | ଷ୍ଟେଜ ଉପରେ ସାଂସଦ ଓ ବିଧାୟକଙ୍କ ମଧ୍ୟରେ ଆଗ କହିବାକୁ ନେଇ ମାଇକ ଛଡାଛଡି ହେଉଥିବା ଦେଖିବାକୁ ମିଳିଛି | ଏହି ଘଟଣା ଘଟିଥିବା ବେଳେ କ୍ୟାମେରାରେ ସବୁ କଏଦ ହୋଇଛି। ମାହାବୁବାଦ ଠାରେ ଚାଲିଥିବା ଆନ୍ଦୋଳନ ବେଳେ ଏହି ଘଟଣା ଘଟିଛି |

ସୂଚନାଯୋଗ୍ୟ,କେନ୍ଦ୍ର ସରକାରଙ୍କ ବିରୋଧରେ ଚାଲିଥିବା ଆନ୍ଦୋଳନ ବେଳେ ତେଲେଙ୍ଗାନାର କ୍ଷମତାସୀନ ଟିଆରଏସ୍‌ ନେତାଙ୍କ ମଧ୍ୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା | ମାହାବୁବାଦ ଠାରେ ଚାଲିଥିବା ଆନ୍ଦୋଳନ ବେଳେ ଜଣେ ମହିଳା ସାଂସଦଙ୍କ ଠାରୁ ମାଇକ ଛଡ଼ାଇ ନେଇ ଭାଷଣ ଦେଇଛନ୍ତି ଦଳର ପୁରୁଷ ବିଧାୟକ। ଷ୍ଟେଜ ଉପରେ ଏହି ଘଟଣା ଘଟିଥିବା ବେଳେ କ୍ୟାମେରାରେ ସବୁ କଏଦ ହୋଇଛି।

ଆନ୍ଦୋଳନ ବେଳେ ଟିଆରଏସ୍‌ର ମାହାବୁଦାଦର ବିଧାୟକ ବି ସନ୍ତୋଷ ନାୟକ ନିଜ ଦଳର ମହିଳା ସାଂସଦ ଏମ କବିତାଙ୍କ ଠାରୁ ମାଇକ ଛଡ଼ାଇ ନେଇଛନ୍ତି। କବିତା ଆନ୍ଦୋଳନ ସ୍ଥଳରେ ଥିବା ଷ୍ଟେଜ ଉପରେ ଭାଷଣ ଦେଉଥିବା ବେଳେ ତାଙ୍କ ସହ ଏପରି ଘଟିଛି। ବିଧାୟକ ସନ୍ତୋଷ “ମୁଁ ଆଗ କହିବି” ବୋଲି କହି ମାଇକ ଛଡ଼ାଇ ନେଇଛନ୍ତି। ଏହାକୁ ଦେଖି କବିତା ଓ ଷ୍ଟେଜରେ ଉପସ୍ଥିତ ଥିବା ସମସ୍ତ ନେତା ଆଶ୍ଚର୍ଯ୍ୟ ହୋଇଛନ୍ତି।

ସନ୍ତୋଷ ମାହାବୁବାଦର ବିଧାୟକ ହୋଇଥିବା ବେଳେ କବିତା ହେଉଛନ୍ତି ଏହି ଲୋକସଭା ନିର୍ବାଚନ ମଣ୍ଡଳୀର ସାଂସଦ। ଉଭୟଙ୍କ ମଧ୍ୟରେ ଦୀର୍ଘଦିନ ହେଲା ତିକ୍ତତା ଲାଗି ରହିଥିବା ଚର୍ଚ୍ଚା ହେଉଥିଲେ। ଏବେ ଏହା ସର୍ବସମ୍ମୁଖରେ ଧରା ପଡ଼ିଯାଇଛି। ଟିଆରଏସ୍‌ ସୁପ୍ରିମୋ କେ ଚନ୍ଦ୍ର ଶେଖର ରାଓଙ୍କ ନିର୍ଦ୍ଦେଶରେ ଦଳ ପକ୍ଷରୁ ଜିଲ୍ଲାର ମୁଖ୍ୟାଳୟରେ କେନ୍ଦ୍ର ବିରୋଧରେ ଆନ୍ଦୋଳନ କରାଯାଉଥିଲା।

ରାଜ୍ୟରୁ କେନ୍ଦ୍ର ସରକାର ଚାଷୀଙ୍କ ଫସଲ ସଂଗ୍ରହ କରୁ ନଥିବାରୁ ଏପରି ଆନ୍ଦୋଳନ ଚାଲିଥିଲା। ଆନ୍ଦୋଳନରେ ସାମିଲ ଲୋକଙ୍କୁ ସାଂସଦ କବିତା ସମ୍ବୋଧନ କରୁଥିବା ବେଳେ ସେଠାରେ ସନ୍ତୋଷ ପହଞ୍ଚିଥିଲେ। ଏହାପରେ କବିତା ଭାଷଣ ଦେଉଥିଲେ ହେଁ ସେ ଅଧାରୁ ତାଙ୍କ ମାଇକ ଛଡ଼ା ଆଣିଥିଲେ। ଏହାପରେ ନିଜେ ଭାଷଣ ଦେବା ଆରମ୍ଭ କରିଥିଲେ।

ସେପଟେ ଏହି ଅପମାନକୁ କବିତା ଦଳୀୟ ହାଇକମାଣ୍ଡଙ୍କ ନିକଟରେ ଅଭିଯୋଗ କରିଛନ୍ତି |

Related Posts