ଗ୍ୟାଙ୍ଗଷ୍ଟର ମାମଲାରେ ଦୋଷୀ ସାବ୍ୟସ୍ତ ହେଲା ମୁଖତାର ଅନସାରୀ, ୫ବର୍ଷ ଜେଲ ସହ ୫୦ ହାଜର ଟଙ୍କା ଜରିମାନା ଲଗାଇଲେ କୋର୍ଟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବାହୁବଳୀ ନେତା ମୁଖତାର ଅନସାରୀଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଜେଲରଙ୍କୁ ଧମକାଇବା ମାମଲାରେ ବୁଧବାର ୭ବର୍ଷ କାରାଦଣ୍ଡରେ ଦଣ୍ଡିତ ହେବା ପରେ ବର୍ତ୍ତମାନ ପୁଣି ମୁଖତାର ଗ୍ୟାଙ୍ଗଷ୍ଟର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ୩ଦିନ ମଧ୍ୟରେ ମୁଖତାର ୨ଟି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଶୁକ୍ରବାର ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ଗ୍ୟାଙ୍ଗଷ୍ଟର ମାମଲାର ଶୁଣାଣି କରି ମୁଖତାରଙ୍କୁ ୫ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।ଏଥିସହ ତାଙ୍କୁ ୫୦ହଜାର ଟଙ୍କା ଜରିମାନା ଲଗାଇଛନ୍ତି।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ଗ୍ୟାଙ୍ଗଷ୍ଟର ଆକ୍ଟ ଅଧୀନରେ ୨୩ବର୍ଷ ପୁରୁଣା ଏକ ମାମଲାରେ ମୁଖତାର ଅନସାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଜଷ୍ଟିସ ଦୀନେଶ କୁମାର ସିଂଙ୍କ ଏକକ ବେଞ୍ଚ ରାଜ୍ୟ ସରକାରଙ୍କ ଆବେଦନ ଉପରେ ଏହି ନିଷ୍ପତ୍ତି ନେଇଛନ୍ତି। ସୂଚନା ମୁତାବକ, ୧୯୯୯ରେ ଏହି ମାମଲାରେ ଏଫ୍‌ଆଇଆର ହଜରତଗଞ୍ଜ ପୋଲିସ ଷ୍ଟେସନରେ ରୁଜୁ ହୋଇଥିଲା। ଗତ ୩୪ବର୍ଷ ମଧ୍ୟରେ ଏହା ପ୍ରଥମ ଥର ଯେଉଁଠି ଜଣେ ମାଫିଆଙ୍କୁ ଦଣ୍ଡିତ କରାଯାଇଛି। ତେବେ ଏହି ୫୯ଟି ମାମଲା ମଧ୍ୟରୁ ଅଧିକାଂଶ ମାମଲା ଗାଜିପୁର ଜିଲାରେ ରୁଜୁ ହୋଇଥିବା ଜଣାପଡ଼ିଛି।

Related Posts