ମୁକୁଲ ରୟଙ୍କୁ ବିଜେପି ନେତା ଦିଲୀପ ଘୋଷଙ୍କ କଟାକ୍ଷ : “କଟ୍ ମନି ପାର୍ଟିରୁ ଆସିଥିବା ଲୋକଙ୍କ ପାଇଁ ବିଜେପିରେ ରହିବା କଷ୍ଟକର “

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ବେଙ୍ଗଲ ବିଧାନସଭା ନିର୍ବାଚନ ପରେ ଏବେ ଟିଏମସିରୁ ବିଜେପି ଯାଇଥିବା ନେତାଙ୍କ ଘରବାହୁଡା ଆରମ୍ଭ ହୋଇଛି। ବରିଷ୍ଠ ନେତା ମୁକୁଲ ରାୟ ବିଜେପି ଛାଡି ଟିଏମସି ପୁନର୍ବାର ସାମିଲ ହେବାପରେ ଗତକାଲି ବିଜେପି ନେତା ରାଜୀବ ବାନାର୍ଜୀ ଟିଏମସି ନେତା କୁନାଲ ଘୋଷଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରିବା ପରେ ପୁଣି ଥରେ ରାଜନୀତି ସରଗରମ ହୋଇଛି । ଦଳବଦଳ ରାଜନୀତି ଉପରେ ପ୍ରତିକ୍ରିୟା ରଖିଛନ୍ତି ବେଙ୍ଗଲ ବିଜେପି ସଭାପତି ଦିଲୀପ ଘୋଷ। ସେ କହିଛନ୍ତି ଯେ ଯେଉଁମାନେ “କଟ୍ ମନି” ପାର୍ଟିରୁ ଆସିଛନ୍ତି ସେମାନଙ୍କ ପାଇଁ ବିଜେପିରେ ରହିବା କଷ୍ଟକର ହେବ । ମୁକୁଲ ରୟଙ୍କ ବିଜେପି ଛାଡିବା ଦ୍ବାରା କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ସେ କହିଛନ୍ତି। ମୁକୁଲ ରୟଙ୍କୁ ‘ଆୟା ରାମ, ଗୟା ରାମ’ ବୋଲି କଟାକ୍ଷ କରି ଘୋଷ କହିଛନ୍ତି ଯେ ଆମେ ଏଭଳି ଲୋକଙ୍କ ପାଇଁ ଅଧିକ ଚିନ୍ତା କରୁନାହୁଁ। ବଙ୍ଗଳା ବିଜେପି ମୁଖିଆ କହିଛନ୍ତି, ” ଏମିତି ଲୋକ ବିଜେପିକୁ ଆସିବ ଉଚିତ୍ ନୁହେଁ। କାରଣ ‘ତାପସ୍ୟା’ କରିବାକୁ ପଡିଥାଏ । ଏଭଳି( ଟିଏମସି) ଦଳରେ ଥିବା ବିଜେପିରେ ରହିବା ଟିକେ କଷ୍ଟସାଧ୍ୟ ଯେଉଁଠାରେ କଟ୍ ମନି ଏବଂ ସିଣ୍ଡିକେଟ୍ କଲଚର୍ ରହିଛି ।” ଦିଲୀପ ଘୋଷ କହିଛନ୍ତି, “ସେ (ମୁକୁଲ ରୟ) ଜଣେ ଅଭିଜ୍ଞ ରାଜନେତା। ସେ ଯାହା କରିଛନ୍ତି, ସେ ନିଶ୍ଚିତ ଭାବି ଚିନ୍ତି କରିଥିବେ। ତାଙ୍କର ଦଳ ଛାଡ଼ିବା ଦ୍ବାରା ବିଜେପି ଉପରେ କୌଣସି ପ୍ରଭାବ ପଡିବ ନାହିଁ। ଦଳରେ ହଜାର ହଜାର ଲୋକ ଯୋଗ ଦେଉଛନ୍ତି, ଯଦି ସେମାନଙ୍କ ମଧ୍ୟରୁ କାହାର ଅସୁବିଧା ଥାଏ ତେବେ ସେମାନେ ଯାଇପାରନ୍ତି। ଏହା ସେମାନଙ୍କର ବ୍ୟକ୍ତିଗତ ସମସ୍ୟା, ଦଳର ନୁହେଁ। “

Related Posts