
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସବୁବେଳେ ଟ୍ରୋଲର୍ସଙ୍କ ଟ୍ରୋଲର ଶିକାର ହେଉଥିବା ପ୍ରଯୋଜକ ତଥା ନିର୍ଦ୍ଦେଶକ କରଣ ଜୋହର ଏବେ ପୁଣି ଚର୍ଚ୍ଚାରେ । ହେଲେ ଏଥର ଟ୍ରୋଲିଂ ପାଇଁ ନୁହେଁ ବରଂ ସବୁ ବିବାଦରୁ ଦୂରରେ ରହିବା ପାଇଁ କରଣ ନେଇଛନ୍ତି ନୂଆ ନିଷ୍ପତ୍ତି । ସୋସିଆଲ ମିଡିଆ ଟ୍ବିଟରକୁ ବାଏ୍ ବାଏ୍ କହିଛନ୍ତି କରଣ । ଶେଷଥର ପାଇଁ ଟ୍ବିଟ କରି କରଣ ଲେଖିଛନ୍ତି ”ମୁଁ ନିଜ ପାଇଁ ଜାଗା ତିଆରି କରୁଛି । ମୋତେ ଆହୁରି ପଜିଟିଭ ଏନର୍ଜି ଦରକାର । ଏଥିପାଇଁ ନୁଆ ପଦକ୍ଷେପ ନେଇଛି । ଗୁଡ୍ବାଏ ଟ୍ବିଟର ” ।
ସୂଚନାଯୋଗ୍ୟ ଯେ, କରଣ ନେପୋଟିଜିମ ଓ ଷ୍ଟାରକିଡ୍ସଙ୍କୁ ପ୍ରମୋଟ କରୁଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ହୋଇ ଆସୁଛି । ସେ କିଛି ବି ପୋଷ୍ଟ କରନ୍ତୁ ସବୁବେଳେ ଟ୍ରୋଲରଙ୍କ ଟାର୍ଗେଟରେ ଥାଆନ୍ତି କରଣ । ‘କଫି ୱିଥ୍ କରଣ’ ସୋ ର ପ୍ରତି ଏପିସୋଡରେ ଆଲିଆଙ୍କୁ ପ୍ରମୋଟ ହେଉ କି ସାରା ଓ ଜାହ୍ନବୀଙ୍କ ମଧ୍ୟରେ ଜାହ୍ନବୀଙ୍କୁ ସମର୍ଥନ ସବୁକ୍ଷେତ୍ରରେ କରଣ ବିବାଦ ଘେରକୁ ଆସିଛନ୍ତି । ଏହି ଟ୍ରୋଲିଂ କାରଣରୁ ହୁଏତ କରଣ ଟ୍ବିଟରକୁ ଗୁଡ୍ବାଏ କହିଥିବା ନେଇ ଚର୍ଚ୍ଚା ହେଉଛି ।