ମୁସାରଫଙ୍କୁ ମୃତ୍ୟୁ ଦଣ୍ଡ

(ସତ୍ୟପାଠ ବ୍ୟୁରୋ) ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁସାରଫଙ୍କୁ ମୃତ୍ୟୁ ଦଣ୍ଡ । ଦେଶଦ୍ରୋହ ମାମଲାରେ ମୁସାରଫଙ୍କୁ ମୃତ୍ୟୁଦଣ୍ଡ ଦେଇଛି  ପାକିସ୍ତାନ ପେଶାୱାର କୋର୍ଟ । ୫ଜଣିଆ ଖଣ୍ଡପୀଠରୁ ୩ଜଣ ମୁସାରଫଙ୍କ ବିପକ୍ଷରେ ଶୁଣାଣି କରିଛନ୍ତି । ସମସ୍ତ ରେକର୍ଡ଼, ତଥ୍ୟ ପ୍ରମାଣକୁ ଭିତ୍ତି କରି ମୁସାରଫଙ୍କୁ ପାକିସ୍ତାନ ସମ୍ବିଧାନ ୬ ଅନୁସାରେ ଦେଶଦ୍ରୋହ ପ୍ରମାଣିତ କରାଯାଇଛି । ୨୦୦୭ ମସିହାରେ ମୁସାରଫ ଦେଶରେ ଜରୁରୀକାଳୀନ ସ୍ଥିତି ଜାରି କରି ବିଚାରପତିମାନଙ୍କୁ ଗୃହବନ୍ଦୀ ରଖିଥିଲେ । ଏବେ ପାକିସ୍ତାନ ଛାଡ଼ି ଦୁବାଇରେ ରହୁଛନ୍ତି ମୁସାରଫ । ୨୦୦୧ ରୁ ୨୦୦୮ ମସିହା ପର୍ଯ୍ୟନ୍ତ ପରଭେଜ ମୁସାରଫ ପାକିସ୍ତାନର ରାଷ୍ଟ୍ରପତି ରହିଥିଲେ ।

ପାକିସ୍ତାନ ଇତିହାସରେ ପ୍ରଥମ ଥର ପାଇଁ ହାଇକୋର୍ଟର ମୁଖ୍ୟ ନ୍ୟାୟାଧୀଶ ବକାର ଅହମ୍ମଦ ସେଠ୍‌ଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର କୋର୍ଟର ୩ ସଦସ୍ୟ ପୀଠ ମଙ୍ଗଳବାର ଏଭଳି ରାୟ ଶୁଣାଇଛନ୍ତି । ଏବେ ମୁସାରଫ ପାକିସ୍ତାନ ବାହାରେ ରହୁଛନ୍ତି । ଦୁବାଇରେ ଥିବା ଅନୁମାନ କରାଯାଉଛି । ତେବେ ମୁଶାରଫ ଏହି ରାୟ ବିରୋଧରେ ଉପର କୋର୍ଟରେ ଆବେଦନ କରିବେ ବୋଲି ସୂଚନା ମିଳିଛି ।

Related Posts