ସୋନପୁର ବଡ଼ବାହାଲି ଛକ ଦୁର୍ଘଟଣା ଘଟଣା: ମିଳୁନି ଗାଡ଼ିର ମାଲିକ ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନାଙ୍କ ପତ୍ତା

ସୋନପୁର : ସୋନପୁର ବଡ଼ବାହାଲି ଛକ ନିକଟରେ ଘଟିଛି ଏକ ଭୟଂକର ସଡକ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଚାଲିଯାଇଛି 3 ଜଣଙ୍କ ଜୀବନ । ଅଟୋ ଓ କାର ପରସ୍ପର ମୂହମିହି ଧକ୍କାହେବା ଫଳରେ ଏହି ଦୁର୍ଘଟଣା ଘଟିଛି । ତେବେ ଏହି ଭୟଂକର ଦୁର୍ଘଟଣା ପାଇଁ ମାରୁତି ଏର୍ଟିଗା ଦାୟୀ । ଭୁଲ ଦିଗରୁ ଯାଇ ମାରୁତି ଏର୍ଟିଗା ଏହି ଦୁର୍ଘଟଣା ଘଟାଇଛି । ଦୁର୍ଘଟଣା ଘଟାଇଥିବା ଗାଡ଼ିର ମାଲିକ ହେଉଛନ୍ତି ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନା । ତେବେ ଗାଡ଼ିରେ ସ୍ନିଗ୍ଧାରାଣୀ ଥିବା ବେଳେ ଡ୍ରାଇଭର ଗାଡ଼ି ଚଳାଉଥିଲେ । ଦୁର୍ଘଟଣା ପରେ ଉଭୟେ ଫେରାର ହୋଇଯାଇଛନ୍ତି ବୋଲି କହିଛନ୍ତି ଏସ୍‌ପି ଅମରେଶ ପଣ୍ଡା ।

ସେପଟେ ସୋନପୁର-ବଲାଙ୍ଗିର ଜାତୀୟ ରାଜପଥରେ ଏହି ମର୍ମନ୍ତୁଦ ଦୁର୍ଘଟଣା ପରେ ଉତ୍ତେଜନା ଲାଗିରହିଛି। ଘଟଣାକୁ ନେଇ ଲୋକେ ରାସ୍ତାରୋକ କରିଛନ୍ତି । ରାସ୍ତାରୋକ ଯୋଗୁଁ ବଲାଙ୍ଗିର-ସୋନପୁର ଯାତାୟାତ ଠପ୍ ହୋଇଯାଇଛି। କ୍ଷତିପୂରଣ ଦାବିରେ ଶବ ଉଠାଇବାକୁ ଦେଉ ନାହାନ୍ତି ଉତ୍ତ୍ୟକ୍ତ ଲୋକେ ।

ସୂଚନାଯୋଗ୍ୟ ଯେ, ସୋନପୁର ବଡ଼ବାହାଲି ଛକ ନିକଟରେ ଏକ କାର୍‌ ଓ ଅଟୋ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତ କରାଯାଇଛି ।

Related Posts