ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ଦେଶର ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହାକୁ ଦୃଷ୍ଟିରେ ରଖି ନେତାମାନେ ବିଭିନ୍ନ ସ୍କିମ ନେଇ ଲୋକମାନଙ୍କ ପାଖକୁ ଯାଉଥିବାର ଦେଖିବାକୁ ମିଳିଛି । ଏହା ମଧ୍ୟରେ ଦିଲ୍ଲୀର ସମାଜବାଦୀ ନେତା ଅଖିଳେଶ ଯାଦବଙ୍କ ହେଲିକପ୍ଟରକୁ ରକାଯାଇଥିବାର କଥା ସାମ୍ନାକୁ ଆସିଛି । ଏନେଇ ଅଖିଳେଶ ଯାଦବ ଏକ ଟୁଇଟ ମଧ୍ୟ କରିଥିବାର ଦେଖିବାକୁ ମିଳିଛି । ତେବେ ତାଙ୍କ ହେଲିକପ୍ଟରକୁ ବିନା କାରଣରେ ଦିଲ୍ଲୀରେ ଅଟକା ଯାଇଛି । ଏପରି କରି ତାଙ୍କୁ ମୁଜାପରନଗରକୁ ଯିବାକୁ ଅଟକା ଯାଉଛି ବୋଲି ଅଖିଳେଶ କହିଛନ୍ତି । ସେପଟେ ଭାରତୀୟ ଜନତା ପାର୍ଟିର ଜଣେ ବରିଷ୍ଠ ନେତାଙ୍କୁ କିଛିସମୟ ପୂର୍ବରୁ ଏଠାରୁ ଯାଇଛନ୍ତି । ତେଣୁ ହାରିବାକୁ ଯାଉଥିବା ବିଜେପିରେ ଏହା ହେଉଛି ନିରାଶ ଷଡ଼ଯନ୍ତ୍ର ।

ଏହା ସହ ଭାରତୀୟ ଜନତା ପାର୍ଟି ଏପରି କରି ନିଜ କ୍ଷମତାର ଅପବ୍ୟବହାର କରୁଛି । ଏହାର ସଠିକ ଜବାବ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଲୋକମାନେ ଦେବେ । ଏଥର ଉତ୍ତରପ୍ରଦେଶରେ ଆମେ ବିଜୟର ଐତିହାସିକ ଉଡ଼ାଣ ନେବାକୁ ଯାଉଛି ବୋଲି ଅଖିଳେଶ ଯାଦବ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ରାଜ୍ୟର ରାଜନୀତି ବର୍ତ୍ତମାନ ଚଳଚଞ୍ଚଳ ହୋଇ ଉଠିଛି । ଅନ୍ୟପଟେ ପଶ୍ଚିମ ଉତ୍ତରପ୍ରଦେଶରେ ଆରଏଲଡି ମୁଖ୍ୟ ଜୟନ୍ତ ଚୌଧୁରୀ ସାମ୍ବାଦିକ ସମ୍ମିଳନୀ କରି ବିଜେପିକୁ ଟାର୍ଗେଟ କରୁଥିବାର ଦେଖିବାକୁ ମିଳିଛି । ବିଜେପିର ଅଫର ଉପରେ ସେ କହିଛନ୍ତି ଯେ ଅମିତ ଶାହାଙ୍କ ଅଫରରେ ଷଡଯନ୍ତ୍ରର ଗନ୍ଧ ରହିଛି। ଦେଶର ବଞ୍ଚିବା ପାଇଁ ଏହି ନିର୍ବାଚନ ଆବଶ୍ୟକ ବୋଲି ବୋଲି ଆରଏଲଡି ମୁଖ୍ୟ ଜୟନ୍ତ ଚୌଧୁରୀ କହିଛନ୍ତି ।