ମୋର MPLAD ଫଣ୍ଡ କୁ କରୋନା ଚିକିତ୍ସା ରେ ଖର୍ଚ୍ଚ କରାଯାଉ; ସୋନିଆ ଗାନ୍ଧୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ରାଏବରେଲି ସାଂସଦ ତଥା କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ପଦକ୍ଷେପ ନେଇଛନ୍ତି। ସୋନିଆ ଗାନ୍ଧୀ ଏଥିପାଇଁ ରାଏବରେଲି ଜିଲ୍ଲା ମାଜିଷ୍ଟ୍ରେଟ ବୈଭବ ଶ୍ରୀବାସ୍ତବଙ୍କୁ ଏକ ଚିଠି ଲେଖିଛନ୍ତି। ଡିଏମଏକୁ ଲେଖିଥିବା ଏକ ପତ୍ରରେ ସୋନିଆ ଗାନ୍ଧୀ ତାଙ୍କ MPLADS ପାଣ୍ଠିର ଅର୍ଥକୁ ରାଏବରେଲୀରେ ଥିବା କୋଭିଡ୍ ପ୍ରଭାବିତ ଲୋକଙ୍କ ଚିକିତ୍ସା ପାଇଁ ବ୍ୟବହାର କରିବାକୁ କହିଛନ୍ତି। ସେ କହିଛନ୍ତି ଯେ ତାଙ୍କ MPLADS (ମେମ୍ବର ଅଫ୍ ପାର୍ଲାମେଣ୍ଟସ୍ ଲୋକାଲ୍ ଏରିଆ ଡେଭଲପମେଣ୍ଟ ସ୍କିମ୍) ପାଣ୍ଠିରୁ 1.17 କୋଟିରୁ ଅଧିକ ଟଙ୍କା ବଳକା ଅଛି।

“ବର୍ତ୍ତମାନ, COVID-19 ମହାମାରୀ ସମଗ୍ର ଦେଶରେ ବ୍ୟାପିଛି, ଯେଉଁଥିପାଇଁ ବହୁ ସଂଖ୍ୟକ ଲୋକ ପ୍ରଭାବିତ ହୋଇଛନ୍ତି ଏବଂ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । “ତେଣୁ, ମୋର MPLADS ପାଣ୍ଠିର ବଳକା ଅର୍ଥକୁ ମୋ ନିର୍ବାଚନମଣ୍ଡଳୀ, ରାଏବରେଲିରେ ଥିବା ଲୋକଙ୍କ ସୁରକ୍ଷା ଏବଂ କଲ୍ୟାଣ ପାଇଁ ଏବଂ COVID-19 ବିରୋଧରେ ଲଢେଇରେ ଆବଶ୍ୟକ ଅନ୍ୟାନ୍ୟ ଉପକରଣ କିଣିବାରେ ଖର୍ଚ୍ଚ କରନ୍ତୁ ।” ବୋଲି ସେ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି। ଏହି ଅର୍ଥ ରାଶି ଖର୍ଚ୍ଚ କରିବାକୁ ସେ ଡିଏମଙ୍କୁ ସମ୍ପୂର୍ଣ୍ଣ ଅନୁମତି ଦେଇଛନ୍ତି ଏବଂ ଏ ବାବଦରେ ତାଙ୍କଠାରୁ କୌଣସି ପୁନଃ ଅନୁମତିର ଆବଶ୍ୟକତା ନାହିଁ ବୋଲି କହିଛନ୍ତି।

Related Posts