‘ନବ ଦାସଙ୍କ ହତ୍ୟା ଆକ୍ସିଡେଣ୍ଟାଲ ଡେଥ ନୁହେଁ, ଏହା ପଛରେ ବହୁ ଦିନର ଷଡ଼ଯନ୍ତ୍ର ରହିଛି’: ନରସିଂହ ମିଶ୍ର

ଭୁବନେଶ୍ୱର,୨୦/୨(ସତ୍ୟପାଠ ବ୍ୟୁରୋ): ଝାରସୁଗୁଡାର ବିଜେଡି ବିଧାୟକ ତଥା ଦିବଙ୍ଗତ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ଆଜି ବଡ ବୟାନ ରଖିଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର । ନରସିଂହଙ୍କ କହିଛନ୍ତି ଯେ, ଏହି ହତ୍ୟାକାଣ୍ଡ ହଠାତ୍ ହୋଇନି କି ଏହା ଆକ୍ସିଡେଣ୍ଟାଲ ଡେଥ ନୁହେଁ । ଏହା ପଛରେ ବହୁ ଦିନର ଷଡ଼ଯନ୍ତ୍ର ରହିଛି । ତେବେ ଗୁଳି ବାଜିବା ପରେ ଘଟଣା ସ୍ଥଳରେ ହିଁ ନବ ଦାସଙ୍କ ମୃତ୍ୟୁ ହୋଇଥିଲା ବୋଲି ନରସିଂହ କହିଛନ୍ତି ।

ଅନ୍ୟପଟେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ରାଜ୍ୟରେ ଆଇନର ଶାସନ ନୁହେଁ ବରଂ ଜଙ୍ଗଲୀ ଶାସନ ଚାଲିଛି ବୋଲି ନରସିଂହ କହିଛନ୍ତି । ନବ ଦାସଙ୍କ ହତ୍ୟାକାଣ୍ଡରେ ତଦନ୍ତକାରୀ ସଂସ୍ଥା ଉପରେ ଲୋକଙ୍କ ସନ୍ଦେହ ବଢୁଛି । ତଦନ୍ତକାରୀ ସଂସ୍ଥା ପ୍ରେସମିଟ ଜରିଆରେ ଲୋକଙ୍କ ସମ୍ପୂର୍ଣ୍ଣ ତଥ୍ୟ ଦେବା ଦରକାର ବୋଲି ସେ କହିଛନ୍ତି । ନବ ଦାସଙ୍କ ହତ୍ୟାକାଣ୍ଡ ନେଇ ପୋଲିସ ଡିଜି ଏବଂ କ୍ରାଇମବ୍ରାଞ୍ଚ ମୁହଁ ଖୋଲୁନଥିବା ବେଳେ ରାଜ୍ୟରେ ଡିଜି ନଥିବା ଭଳି ମନେ ହେଉଛି ଏବଂ ଡିଜି କିଛି ବି କରୁନାହାନ୍ତି ବୋଲି ନରସିଂହ କହିଛନ୍ତି । ତେବେ ସରକାର କାହିଁକି ତାଙ୍କୁ ନିଯୁକ୍ତି ଦେଇଛନ୍ତି ବୋଲି ପ୍ରଶ୍ନ କରିବା ସହିତ ତାଙ୍କୁ ତୁରନ୍ତ ଏହି ପଦରୁ ବିଦା କରନ୍ତୁ ବୋଲି ନରସିଂହ କହିଛନ୍ତି ।

ସେପଟେ ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣାର ଅଭିଯୁକ୍ତ ଗୋବିନ୍ଦ ସାହୁର ମୃତ୍ୟୁ ହତ୍ୟା କି ଆତ୍ମହତ୍ୟା ପୋଲିସ ତାହା ଏଯାଏଁ ସ୍ପଷ୍ଟ କରିନି ବୋଲି ନରସିଂହ କହିଛନ୍ତି। କ୍ରାଇମବ୍ରାଞ୍ଚର ପାରିବାପଣିଆ ଏଥିରୁ ଜଣା ପଡୁଛି ବୋଲି ନରସିଂହ କହିଛନ୍ତି । ସେହିପରି ଆସନ୍ତାକାଲିଠୁ ବିଧାନସଭାର ବଜେଟ୍ ଅଧିବେଶନର ଆରମ୍ଭ ହେଉଥିବାରୁ ଏଥର ବିଧାନସଭାରେ ଚାଷୀଙ୍କ ପ୍ରସଙ୍ଗ ଉଠିବ । ଚାଷୀଙ୍କ ଧାନ ଉଠୁନି, ହଜାର ହଜାର କୋଟିର ଦୁର୍ନୀତି ହେଉଛି । ଏହା ସହିତ ବେକାରୀ ସମସ୍ୟା ମଧ୍ୟ ଗୃହରେ ଉଠାଯିବ ବୋଲି ନରସିଂହ ମିଶ୍ର କହିଛନ୍ତି ।

Related Posts