ନବ ଯେହେତୁ ଦାସ, ଡାକ୍ତରୀ ଛାତ୍ରଙ୍କ ଗୁଣ୍ଡାଗର୍ଦ୍ଦିକୁ ନେଇ ଚୁପ୍

(ସତ୍ୟପାଠ ବ୍ୟୁରୋ) ବୁର୍ଲାରେ ଡାକ୍ତରୀ ଛାତ୍ରଙ୍କ ଦବଙ୍ଗଗିରି । ରୋଗୀଙ୍କ ପୁଅଙ୍କୁ ମାଡ଼ ମାରି ସାର୍ଟ ଫାଡ଼ିବା ପରେ ପୋଲିସ ଆଗରେ ଗୋଡ ତଳେ ପକାଇ ଭୁଲ ମଗାଇଲେ ଡାକ୍ତରୀ ଛାତ୍ର । ଡାକ୍ତରୀ ଛାତ୍ରଙ୍କ ଏଭଳି କାଣ୍ଡକୁ ନେଇ ଚାରିଆଡେ ଚର୍ଚ୍ଚା । ହରଡ଼ଘଣାରେ ‘ମୋ ସରକାର’ର 5-ଟି କାର୍ଯ୍ୟକ୍ରମ । ଗୋଟିଏ ପଟେ ଡାକ୍ତରଖାନାରେ ରୋଗୀ ଏବଂ ତାଙ୍କ ସମ୍ପର୍କୀୟଙ୍କୁ ଭଲ ବ୍ୟବହାର କରିବାକୁ ନବୀନ ବାବୁ ତାଗିତ କରୁଛନ୍ତି । ଏଥିରୁ ବିଚ୍ୟୁତି ହେଲେ 5-ଟି ସଚିବ ଡାକ୍ତରଖାନାକୁ ଘନ ଘନ ଗସ୍ତ କରି ଦୋଷୀ ଅଧିକାରୀ ଏବଂ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି । ଅନ୍ୟପଟେ ଡାକ୍ତରୀ ଛାତ୍ରଙ୍କୁ ଗଣ୍ଡଗୋଳ କରିବାକୁ ପ୍ରବର୍ତ୍ତାଉଛନ୍ତି ସିନିୟର ଡାକ୍ତର । ବୁର୍ଲାରେ ଗତକାଲି ରୋଗୀଙ୍କ ପୁଅକୁ ମାଡ ମରା ଘଟଣାକୁ 20ରୁ ଅଧିକ ସମୟ ବିତିଥିଲେ ବି ସ୍ବାସ୍ଥ୍ୟ ମନ୍ତ୍ରୀ ଓ 5-ଟି ସଚିବ ଚୁପ୍ ବସିଛନ୍ତି । ଲାଗୁଛି 5-ଟିର ନାଟକବାଜି ବୋଧେ ଏଠି କାମ ଦେଉନି । ଯାହାକୁ ନେଇ ଏବେ ବୁଦ୍ଧିଜୀବୀ ମହଲରେ ଉଠିଛି ଅନେକ ପ୍ରଶ୍ନ ।

 

5-ଟି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ବିଭାଗର ମୁଖ୍ୟ ମନ୍ତ୍ରୀ ନବ ଦାସଙ୍କୁ ସାମିଲ କରାଯାଉନଥିବାରୁ ବୋଧେ ମାନ୍ୟବର ଅଭିମାନ କରିଛନ୍ତି । ନହେଲେ ପୂର୍ବରୁ ଜିରୋ ଟଲରାନ୍ସ କଥା କହୁଥିବା ନବ ବାବୁ ଚୁପ ବସିଥାନ୍ତେ କିଭଳି  ।

ସ୍ବାସ୍ଥ୍ୟ ମନ୍ତ୍ରୀ ଓ 5-ଟି ସଚିବ ଚୁପ୍ କାହିଁକି ?

ସମ୍ପୃକ୍ତ ଡାକ୍ତର ଏବଂ ଡାକ୍ତରୀ ଛାତ୍ରଙ୍କ ବିରୋଧରେ କେବେ ହେବ କାର୍ଯ୍ୟାନୁଷ୍ଠାନ ?

 ଆଉ କେତେ ଦିନ ଚାଲିବ ଡାକ୍ତରୀ ଛାତ୍ରଙ୍କ ଗୁଣ୍ଡାରାଜ ?

ପାଠ ପଢାଇବା ପରିବର୍ତ୍ତେ ଡାକ୍ତରୀ ଛାତ୍ରଙ୍କୁ କାହିଁକି ଗୁଣ୍ଡାଗିରି ଶିଖାଉଛନ୍ତି ସିନିଅର ଡାକ୍ତର ?

ଗୁଣ୍ଡାଗର୍ଦ୍ଦି କରିବାକୁ ଡାକ୍ତରୀ ଛାତ୍ର ସାହାସ ପାଉଛନ୍ତି କେଉଁଠୁ ?

ଯଦି ରୋଗୀଙ୍କ ପୁଅ କିମ୍ବା ତାଙ୍କର କେଉଁ ସମ୍ପର୍କୀୟ ଡାକ୍ତରଙ୍କୁ ଦୁର୍ବ୍ୟବହାର କଲେ ତେବେ ପୋଲିସକୁ ନଜଣାଇ ଡାକ୍ତରୀ ଛାତ୍ରଙ୍କୁ ସିନିୟର ଡାକ୍ତର ଡାକିଲେ କାହିଁକି ?

ସାମ୍ନାରେ ଯେତେବେଳେ ରୋଗୀଙ୍କ ପୁଅଙ୍କୁ ମାଡ ମାରି ଭୁଲ ମଗେଇଲେ ପୋଲିସ ଚୁପ ଚାପ ଦେଖୁଥିଲା କାହିଁକି ?

ପୋଲିସର ଅସହାୟତା ପଛରେ କିଛି ଚାପ ନାହିଁ ତ ?

ମାନବାଧିକାର ଉଲ୍ଲଘଂନ ବେଳେ ପୋଲିସ ସମ୍ପୃକ୍ତ ଛାତ୍ରଙ୍କୁ ଅଟକାଇଲା ନାହିଁ କାହିଁକି ?

ଘଟଣାକୁ 20 ଘଣ୍ଟା ବିତିଯାଇଥିଲେ ବି ପୋଲିସ ଚୁପ୍ ବସିଛି କାହିଁକି ?

ସୂଚନା ଅନୁଯାୟୀ ଝାରସୁଗଡାରୁ ଜଣେ ବ୍ୟକ୍ତି ବୁର୍ଲା ସରକାରୀ ମେଡିକାଲକୁ ଚିକିତ୍ସା ପାଇଁ ଆସିଥିଲେ । ସେଠାରେ ସେ ତାଙ୍କ ବାପାଙ୍କୁ ନ୍ୟୁରୋ ଡାକ୍ତରଙ୍କୁ ଦେଖାଇଥିଲେ ।  ବୁର୍ଲାରେ ଅଧିକ ସମୟ ଲାଗିବ କହି ସମଲେଶ୍ୱରୀ ନର୍ସିଂ ହୋମକୁ ପଠାଇଥିଲେ ଡାକ୍ତର ଯେଉଁ ନର୍ସିଂ ହୋମରେ ରୋଗୀ ସେବା ନାରେ ବ୍ୟବସାୟ ହେଉଥିବା ଅଭିଯୋଗ ହେଉଛି ।  ନର୍ସିଂ ହୋମରେ ଚିକିତ୍ସା ଚାଲିଥିବା ବେଳେ ଡାକ୍ତର ତାଙ୍କୁ ବୁଧବାର ଡିସ୍‌ଚାର୍ଜ କରିବାକୁ କହିଥିଲେ ।  କିନ୍ତୁ ଡିସ୍‌ଚାର୍ଜ ହେଲା ନାହିଁ, ରୋଗୀଙ୍କ ଦେହ ଭଲ ହୋଇଥିବାରୁ ସେ ବେଡ଼ରେ ଥାଇ ଡାକ୍ତରଙ୍କୁ ମୋ କାହିଁକି ଡିସ୍‌ଚାର୍ଜ କରାଯାଉନି ବୋଲି ପ୍ରଶ୍ନ କରିଥିଲେ । ପାଖରେ ଥିବା ତାଙ୍କ ପୁଅ ମଧ୍ୟ ଡିସ୍ଚାର୍ଜ କରିଦିଅନ୍ତୁ ବୋଲି କହିଲେ । ଏତିକି କଥାରେ ଡାକ୍ତରବାବୁ ରାଗି ଯାଇ ତାଙ୍କ ପୁଅକୁ ପ୍ରଥମେ 2 ଚାପୁଡ଼ା ମାରିଥିଲେ । ଏହା ପରେ ତାଙ୍କ ମାଆ ଥାନାରେ ଅଭିଯୋଗ କରିବାକୁ କହିବାକରୁ ତାଙ୍କୁ ମେଡିକାଲ କୁର୍ତ୍ତୃପକ୍ଷ ବାହାରକୁ ଯିବାକୁ ଦେଲେ ନାହିଁ । ନର୍ସିଂ ହୋମ ବଦନାମ ହୋଇଯିବା ଭୟରେ ସବୁ ଟଙ୍କା ଫ୍ରି କରିଦେବେ ବୋଲି କହିଥିଲେ । ଘଟଣା ସମ୍ପର୍କରେ ଜଣାଇବାକୁ ବୁର୍ଲାର ସିନିୟର ଡାକ୍ତରଙ୍କ ପାଖକୁ ରୋଗୀଙ୍କ ପୁଅ ଏବଂ ତାଙ୍କ ମାମୁ ପୁଅ ଭାଇ ଯାଇଥିବା ବେଳେ ଡାକ୍ତର ମହାଶୟ ଡାକରୀ ଛାତ୍ରଙ୍କୁ ଡାକି ତାଙ୍କୁ ମାଡ଼ ମାରିଥିଲେ । ଅଭିଯୁକ୍ତ ଡାକ୍ତର ଛାତ୍ର ମାନବାଧିକାରକୁ କ୍ଷୁର୍ଣ୍ଣ କରି ପ୍ରଥମେ ମାଡ ମାରିବା ସହ ପୋଲିସ ଆଗରେ କାନ ଧରି ଉଠବସ୍ କରାଇଛନ୍ତି । ଏହି ଭିଡିଓ ଏବେ ସୋସିଆ ମିଡିଆରେ ଭାଇରାଲ ହୋଇଛି । ଯେଉଁଠି  ପୋଲିସ ନିରବଦ୍ରଷ୍ଟା ସାଜି ଡାକ୍ତରୀଛାତ୍ରଙ୍କୁ ସହଯୋଗ କରୁଥିବା ଦେଖିବାକୁ ମିଳୁଛି ।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ମାଡ଼ ଖାଇଥିବା ଯୁବକଙ୍କ ଘର ଖୋଦ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ ହୋଇଥିଲେ ବି ସ୍ବାସ୍ଥ୍ୟମନ୍ତ୍ରୀଙ୍କ ନିରବତା ନେଇ ଉଠିଛି ପ୍ରଶ୍ନ । ନବୀନ ବାବୁଙ୍କ ‘ମୋ ସରକାର’ ଓ  5-ଟି ସଚିବଙ୍କ ଚାପରେ ନବ ବାବୁ ଚେପା ହୋଇଯାଇଥିବା ଝାରସୁଗୁଡ଼ାବାସୀ ଅଭିଯୋଗ କରିଛନ୍ତି ।

Related Posts