ବିବାଦୀୟ ମନ୍ତବ୍ୟ ପାଇଁ ଫସିଗଲେ ନବଜୋତ ସିଂହ ସିଦ୍ଧୁଙ୍କ ପରାମର୍ଶଦାତା, ବହିଷ୍କାର ଦାବି କଲେ ଦଳୀୟ ନେତା !

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ବିବାଦୀୟ ମନ୍ତବ୍ୟ ଦେଇ ଫସିଗଲେ ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ନବଜୋତ ସିଂହ ସିଦ୍ଧୁଙ୍କ ରାଜନୈତିକ ପରାମର୍ଶଦାତା। ସିଦ୍ଧୁଙ୍କ ପରାମର୍ଶଦାତା ମାଲବିନ୍ଦର ସିଂ ମାଲି କଶ୍ମୀର ଏବଂ ଇନ୍ଦିରା ଗାନ୍ଧୀଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଏହାପରେ ଦଳୀୟ ନେତା ଏବେ ମାଲବିନ୍ଦରଙ୍କ ବହିଷ୍କାର ଦାବି କରିବା ଆରମ୍ଭ କରି ଦେଇଛନ୍ତି । ଏମିତିକି ଏହି ପ୍ରସଙ୍ଗ ଏବେ ଦଳୀୟ ହାଇକମାଣ୍ଡଙ୍କ ପାଖରେ ପହଞ୍ଚାଇବାକୁ କଂଗ୍ରେସ ନେତା ପ୍ରୟାସ କରିଛନ୍ତି। ଅନ୍ୟପଟେ ପ୍ରସଙ୍ଗ ଅଧିକ ବିବାଦୀୟ ହେଉଥିବା ଦେଖି ସିଦ୍ଧୁ ତାଙ୍କର ଦୁଇ ରାଜନୀତିକ ପରାମର୍ଶଦାତାଙ୍କୁ ସମନ କରିଥିବା ଜଣାପଡ଼ିଛି।କଂଗ୍ରେସ ସାଂସଦ ମନୀଷ ତିଓ୍ୱାରୀ ଦଳର ନେତୃତ୍ୱଙ୍କୁ ଅନୁରୋଧ କରିଛନ୍ତି ଯେ ଜାମ୍ମୁ କାଶ୍ମୀରକୁ ଭାରତର ଏକ ଅଂଶ ଭାବରେ ଗ୍ରହଣ କରୁନଥିବା ଏବଂ ପାକିସ୍ତାନ ସମର୍ଥକ ଆଭିମୁଖ୍ୟରେ ଏପରି ଲୋକ ଦଳରେ ରହିବା ଉଚିତ କି ? ଅନ୍ୟପକ୍ଷରେ ସନ୍ଦୀପ ଦୀକ୍ଷିତ ସିଦ୍ଧୁଙ୍କୁ ପରାମର୍ଶ ଦେଇଛନ୍ତି ଯେ ସେ (ନବଜୋତ ସିଂ ସିଦ୍ଧୁ) ଏଭଳି ପରାମର୍ଶଦାତାଙ୍କଠାରୁ ଦୂରରେ ରହିବା ଉଚିତ୍। ଅନ୍ୟପକ୍ଷରେ, ଏହି ମାମଲାକୁ ଗମ୍ଭୀରତାର ସହ ଗ୍ରହଣ କରି ସିଦ୍ଧୁ ଉଭୟ ପରାମର୍ଶଦାତା ମାଲବିନ୍ଦର ସିଂ ମାଲି ଏବଂ ଡକ୍ଟର ପ୍ୟାର ଲାଲ ଗର୍ଗଙ୍କୁ ତାଙ୍କ ପଟିଆଲା ବାସଭବନକୁ ଡକାଇଛନ୍ତି।

ସୂଚନାଯୋଗ୍ୟ ଯେ ସିଦ୍ଧୁଙ୍କ ପରାମର୍ଶଦାତା ମାଲବିନ୍ଦର ସିଂ ମାଲି ତାଙ୍କ ବିବାଦୀୟ ମନ୍ତବ୍ୟ ପାଇଁ ଗତ ସପ୍ତାହରେ ଚର୍ଚ୍ଚାରେ ଥିଲେ। ଗତ କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ପାକିସ୍ତାନକୁ ସମାଲୋଚନା କରିଥିଲେ। ଏହା ଉପରେ ସିଦ୍ଧୁଙ୍କ ପରାମର୍ଶଦାତା ପ୍ୟାର ଲାଲ ଗର୍ଗ ଏବଂ ମାଲବିନ୍ଦର ସିଂହ ମାଲି ପ୍ରଶ୍ନ ଉଠାଇ କହିଥିଲେ ଯଦି କଶ୍ମୀର ଭାରତର ତାହେଲେ ଧାରା ୩୭୦ ଏବଂ ୩୫ଏ ହଟାଇବାର ଆବଶ୍ୟକତା କ’ଣ ରହିଥିଲା ବୋଲି ପ୍ରଶ୍ନ କରିଥିଲେ। ସେ କାଶ୍ମୀରକୁ ଏକ ଅଲଗା ଦେଶ ବୋଲି କହିଥିଲେ ।

ଏହା ସଙ୍ଗେ ସଙ୍ଗେ ମାଲବିନ୍ଦର ସିଂ ମାଲି ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସମ୍ପର୍କରେ ସୋସିଆଲ ମିଡିଆରେ ଏକ ବିବାଦୀୟ ପୋଷ୍ଟ ସେୟାର କରିଛନ୍ତି। ଏହି ଫେସବୁକ୍ ପୋଷ୍ଟରେ ଇନ୍ଦିରା ଗାନ୍ଧୀଙ୍କ ଏକ ସ୍କେଚ୍ ପ୍ରସ୍ତୁତ କରାଯାଇଛି। ଯେଉଁଥିରେ ଇନ୍ଦିରା ଗାନ୍ଧୀ ଏକ ବନ୍ଧୁକ ଧରିଥିଲେ ଏବଂ ଇନ୍ଦିରାଙ୍କ ପଛ ପଟେ ଅନେକ ଖପୁରୀ ରହିଥିଲା। ଏପରି ଫଟୋ ଏକ ମାଗାଜିନର ମୁଖ ପୃଷ୍ଠା ଥିଲା।

ଏହି ଘଟଣା ଉପରେ କଂଗ୍ରେସର ବରିଷ୍ଠ ନେତା ମନୀଷ ତିୱାରୀ ଦଳର ନେତୃତ୍ୱକୁ ଅନୁରୋଧ କରିଛନ୍ତି ଯେ ପଞ୍ଜାବ ପିସିସି ସଭାପତି ନବଜୋତ ସିଂ ସିଦ୍ଧୁଙ୍କ ଦୁଇ ଉପଦେଷ୍ଟା ଦଳରେ ରହିବା ଉଚିତ କି ନାହିଁ ସେ ସମ୍ପର୍କରେ ବିଚାର କରିବା ଆବଶ୍ୟକ।

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମନୀଷ ତିୱାରୀ ଟ୍ୱିଟ୍ କରି କହିଛନ୍ତି ଯେ ମୁଁ କଂଗ୍ରେସର ସାଧାରଣ ସମ୍ପାଦକ ତଥା ପଞ୍ଜାବର ଦାୟିତ୍ୱରେ ଥିବା ହରିଶ ରାୱତଙ୍କୁ ଅନୁରୋଧ କରୁଛି ଯେ ଯେଉଁମାନେ ଜମ୍ମୁ ଓ କଶ୍ମୀରକୁ ଭାରତର ଏକ ଅଂଶ ଭାବରେ ଗ୍ରହଣ କରନ୍ତି ନାହିଁ ଏବଂ ପାକିସ୍ତାନ ସମର୍ଥକ ମନୋଭାବ ପୋଷଣ କରନ୍ତି, ତେବେ ସେ ଦଳରେ ରହିବା ଉଚିତ କି?

ଅନ୍ୟପକ୍ଷରେ ସ୍ୱର୍ଗତ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ବିବାଦୀୟ ସ୍କେଚ୍ ପୋଷ୍ଟ କରି ଅକାଳୀ ଦଳର ଦଲଜିତ ସିଂ ଖେମା ସିଦ୍ଧୁଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ଯେତେବେଳେ ଦେଶ ପାକିସ୍ତାନ ବିରୁଦ୍ଧରେ ଥିଲା, ତେବେ ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କ ନିକଟରେ କିଏ ହାତ ମିଶାଇଥିଲା ? ପାକିସ୍ତାନୀ ସେନା ମୁଖ୍ୟଙ୍କୁ କିଏ ଆଲିଙ୍ଗନ କରିଥିଲା ? ଯେତେବେଳେ ନବଜୋତ ସିଂ ସିଦ୍ଧୁ ଏପରି କରୁଛନ୍ତି ତାଙ୍କ ପରାମର୍ଶଦାତାମାନଙ୍କ ଉପରେ କାହିଁକି ଅଭିଯୋଗ କରୁଛନ୍ତି?

ସେହିପରି ଏହି ପ୍ରସଙ୍ଗରେ ରବିବାର ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ସିଦ୍ଧୁଙ୍କୁ ତାଙ୍କ ପରାମର୍ଶଦାତାଙ୍କୁ ଏହି ପ୍ରସଙ୍ଗରେ ନିୟନ୍ତ୍ରଣରେ ରଖିବାକୁ କହିଥିଲେ। ସିଦ୍ଧୁଙ୍କୁ ଉଭୟ ପରାମର୍ଶଦାତା ପରାମର୍ଶ ଦିଅନ୍ତୁ କୌଣସି ପ୍ରକାର ମନ୍ତବ୍ୟ ନଦେବା ଠିକ୍ ହେବ ବୋଲି ସେ କହିଥିଲେ। କୌଣସି ପ୍ରସଙ୍ଗରେ ଠିକ୍ ଭାବରେ ନଜାଣି ଏପରି ମନ୍ତବ୍ୟ ଦେବା ଠିକ୍ ନୁହେଁ ବୋଲି ସେ କହିଥିଲେ।

Related Posts