ବିବାଦରେ ଅଭିନେତା ନାସିରୁଦ୍ଦିନ୍‌ ଶାହା, ପୁଣି ଦେଲେ ବିବାଦୀୟ ବୟାନ

ପୁଣି ବିବାଦରେ ବଲିଉଡ୍‌ ଅଭିନେତା ନାସିରୁଦ୍ଦିନ ଶାହ । କିଛି ଦିନ ତଳେ ଦେଶରେ ସଂଖ୍ୟାଲଘୁଙ୍କ ସୁରକ୍ଷା ପ୍ରସଙ୍ଗରେ ମନ୍ତବ୍ୟ ଦେଇ ସମାଲୋଚନାର ଶରବ୍ୟ ହୋଇଥିବା ନାସିରୁଦ୍ଦିନ୍, ଏବେ ଆସିଥିବା ‘Amnesty India’ କ୍ୟାମ୍ପେନ୍‌ର ଏକ ଭିଡ଼ିଓରେ ବିବାଦୀୟ ବୟାନ ଦେଇଛନ୍ତି ।

ଭିଡିଓରେ ସେ ଲୋକଙ୍କୁ ସମ୍ବୋଧନ କରୁଛନ୍ତି ଆଉ ସ୍ବାଧୀନ ଭାରତର ଦାବି କରିଛନ୍ତି । ଦେଶରେ ଧର୍ମ ନାଁରେ ଲୋକଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରାଯାଉଛି । ଏଥିସହ ସେ କହିଛନ୍ତି ନିଜ ଅଧିକାର ଦାବି କରୁଥିବା ଲୋକଙ୍କ ପାଟି ଚୁପ୍‌ କରାଯାଉଛି । କଳାକାର, ଅଭିନେତା, କବି ଏବଂ ସାମ୍ବାଦିକଙ୍କ ଉପରେ ବଳ ପ୍ରୟୋଗ କରି ସେମାନଙ୍କୁ ଶାନ୍ତ କରାଯାଉଛି ।

ଧର୍ମ ନାଁରେ ଲୋକଙ୍କ ମଧ୍ୟରେ ଘୃଣା ଭାବ ସୃଷ୍ଟି କରାଯାଉଛି । ନିର୍ଦ୍ଦୋଷ ଲୋକଙ୍କୁ ହତ୍ୟା କରାଯାଉଛି ବୋଲି କହିଛନ୍ତି ନାସିରୁଦ୍ଦିନ୍‌ । ସେପଟେ ବିଜେପି ସାଂସଦ ରାଜୀବ ପ୍ରତାପ ରୁଡ଼ି , ଶାହଙ୍କ ଏହି ବୟାନକୁ ନେଇ ତାଙ୍କୁ କଡ଼ା ସମାଲୋଚନା କରିଛନ୍ତି ।

Related Posts