କଂଗ୍ରେସରେ ତୀବ୍ର ଅସନ୍ତୋଷ; ରାହୁଲଙ୍କ ପରେ ବର୍ତ୍ତମାନ ଦଳର ଟ୍ୱିଟର ଆକାଉଣ୍ଟକୁ ବନ୍ଦ କରିଛି ଟ୍ୱିଟର ଇଣ୍ଡିଆ

congrees

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ସମେତ ଅନେକ ନେତାଙ୍କ ଆକାଉଣ୍ଟ ପରେ ଏବେ କଂଗ୍ରେସ ଦଳର ଟ୍ୱିଟର ଆକାଉଣ୍ଟରେ ମଧ୍ୟ ତାଲା ପଡିଛି। ଏହାକୁ ସହଜରେ ହଜମ କରିପାରି ନାହିଁ ଜାତୀୟ କଂଗ୍ରେସ । ଯେତେବେଳେ ଆମର ନେତାମାନଙ୍କୁ ଜେଲରେ ରଖାଗଲା, ସେତେବେଳେ ଆମେ ଭୟଭୀତ ନଥିଲୁ ତେବେ ବର୍ତ୍ତମାନ ଟ୍ୱିଟର ଆକାଉଣ୍ଟ ବନ୍ଦ ହେବାର ଭୟ କ’ଣ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି । ଏହା ସହ ଆମେ କଂଗ୍ରେସ ଏବଂ ଏହା ହେଉଛି ଲୋକଙ୍କ ବାର୍ତ୍ତା । ଯଦି ବଳାତ୍କାର ପୀଡିତା ଝିଅକୁ ନ୍ୟାୟ ପାଇବା ପାଇଁ ସ୍ୱର ଉତ୍ତୋଳନ କରିବା ଅପରାଧ, ତାହାଲେ ଆମେ ଏହି ଅପରାଧକୁ ଶହେ ଥର କରିବା ପାଇଁ ପ୍ରସ୍ତୁତ ଅଛୁ । ଏହା ସହ ଆମେ ଆମର ଯୁଦ୍ଧ ଜାରି ରଖିବୁ ବୋଲି ଜାତୀୟ କଂଗ୍ରେସ ସ୍ପଷ୍ଟ କରିଛି । ଅପରିପକ୍ଷରେ କିଛିଦିନ ପୂର୍ବରୁ କଂଗ୍ରେସ ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଦିଲ୍ଲୀର ଜଣେ ନଅ ବର୍ଷର ବାଳିକାଙ୍କ ବଳାତ୍କାର ଓ ପରେ ହତ୍ୟା ଘଟଣାକୁ ନେଇ ସମ୍ପୃକ୍ତ ଝିଅଙ୍କ ପରିବାର ସହ ଭେଟିଥିଲେ ।

ଠିକ ଏହାର କିଛି ସମୟ ପରେ ରାହୁଲ ଗାନ୍ଧି ପୀଡିତାଙ୍କ ପରିବାର ସହ କରିଥିବା ବୈଠକର ଫୋଟ ନିଜ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରିଥିଲେ । ଖୁବ ଅଳ୍ପ ସମୟରେ ଏହି ଫୋଟଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା । ଏହା ପରେ ରାହୁଲ ଗାନ୍ଧିଙ୍କ ଏହି ଟ୍ୱିଟ ବିରୋଧରେ ଜାତୀୟ ଶିଶୁ ଆୟୋଗ ଅଭିଯୋଗ କରିଥିଲା । ଏବଂ ପରେ ଟ୍ୱିଟର ରାହୁଲଙ୍କ ଟ୍ୱିଟକୁୁ ହଟାଇବା ସହ ତାଙ୍କ ଆକାଉଣ୍ଟକୁ ମଧ୍ୟ ଅସ୍ଥାୟୀ ଭାବରେ ବନ୍ଦ କରିଦେଇଥିଲା । ଯାହାଫଳରେ ଟ୍ୱିଟର ମାଧ୍ୟମରେ ପ୍ରତ୍ୟେକ ଦିନ କେନ୍ଦ୍ର ସରକାରଙ୍କୁ ଆକ୍ରମଣ କରୁଥିବା ରାହୁଲ ଗାନ୍ଧି ଏହି ପ୍ରତିବନ୍ଧକ ଯୋଗୁଁ ଦୁଇ ଦିନ ଟ୍ୱିଟ କରିପାରିନଥିଲେ ।

କେବଳ ରାହୁଲ ଗାନ୍ଧିଙ୍କ ଟ୍ୱିଟର ଆକାଉଣ୍ଟ ବନ୍ଦ ହୋଇଛି ତାହା ନୁହେଁ ବରଂ ଅଲ ଇଣ୍ଡିଆ କଂଗ୍ରେସ କମିଟି ର ସାଧାରଣ ସଂପାଦକ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅଜୟ ମାକେନ, ମନିକମ ଟାଗର, ଆସାମର ଦାୟିତ୍ୱରେ ଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ ଏବଂ ମହିଳା କଂଗ୍ରେସ ସଭାପତି ସୁସ୍ମିତା ଦେବଙ୍କ ଟ୍ୱିଟର ମଧ୍ୟ ଅସ୍ଥାୟୀ ଭାବରେ ବନ୍ଦ ରହିଛି । ଅନ୍ୟପଟେ ଏହାର କଠୋର ପ୍ରତିବାଦ କରି କଂଗ୍ରେସର ସୋସିଆଲ ମିଡିଆ ମୁଖ୍ୟ ରୋହନ ଗୁପ୍ତା କହିଛନ୍ତି ଯେ ସରକାରଙ୍କ ଚାପରେ ଟ୍ୱିଟର କାମ କରୁଛି । ଏହା ସମଗ୍ର ଭାରତରେ ଆମର ନେତା ଏବଂ କାର୍ଯ୍ୟକତ୍ତାଙ୍କ ପ୍ରାୟ ୫ ହଜାର ଟ୍ୱିଟର ଆକାଉଣ୍ଟକୁ ଟ୍ୱିଟର ଇଣ୍ଡିଆ ବନ୍ଦ କରି ସାରିଛି ।

Related Posts