ରାଜ୍ୟସଭାରେ ମାର୍ଶଲ ମାନଙ୍କର ଶାସନ ଚାଲିଛି ନା ଗଣତନ୍ତ୍ରର: ସଞ୍ଜୟ ରାଉତ

sanjay rout

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ସଂସଦର ମୌସୁମୀ ଅଧିବେଶନ ସ୍ଥଗିତ ହୋଇଯାଇଛି । ଉଭୟ ଗୃହରେ ବାରମ୍ବାର ବିରୋଧୀମାନଙ୍କର ହଟ୍ଟଗଳ ବନ୍ଦ ହେବାର ନାମ ନେଉନଥିଲା । ସେପଟେ ବିରୋଧୀ ସରକାରଙ୍କୁ ଆଲୋଚନାକୁ ଏଡାଇବାର ଆରୋପ ଲଗାଉଥିବାବେଳେ ଏହାର ଜବାବରେ ସରକାର ଏହାର ଠିକ ବିପରୀତ କଥା କହିଥିଲେ । ଇତିମଧ୍ୟରେ ଶିବସେନା ସାଂସଦ ସଞ୍ଜୟ ରାଉତ ବଡ ବୟାନ ଦେଇଛନ୍ତି । ତେବେ ରାଜ୍ୟସଭାରେ ଗଣତନ୍ତ୍ରର ଶାସନ ନୁହେଁ ବରଂ ମାର୍ଶଲ ମାନଙ୍କର ଶାସନ ଚାଲିଛି ବୋଲି ସଂଞ୍ଜୟ ରାଉତ ଅଭିଯୋଗ କରିଛନ୍ତି । ଏହା ସହ ବିଲ ପାସ ସମୟରେ ସୁରକ୍ଷା ମାର୍ଶଲ ଡାକାଯାଇଥିଲା । ସରକାର ଏପରି କରି ଆମକୁ ଭୟଭୀତ କରିବା ପାଇଁ ଚାହୁଁଛନ୍ତି କି ? ଏନେଇ ଆମେ ଖଡକେ ଜିଙ୍କ କଠୋରୀରେ ଏକ ବୈଠକ କରିବୁ ଏବଂ ଆଗକୁ କଣ ସବୁ ପଦକ୍ଷେପ ନିଆଯିବ ସେନେଇ ଆମେ ନିଷ୍ପତ୍ତି ନେବୁ ବୋଲି ସଞ୍ଜୟ ରାଉତ ସ୍ପଷ୍ଟ କରିଛନ୍ତି । ଅପରିପକ୍ଷରେ ବର୍ତ୍ତମାନ ଦେଶର ସମସ୍ତ ବିରୋଧୀ ଦଳ ଏକାଠି ଅଛନ୍ତି ।

ଏହା ସହ ଆସନ୍ତା ଅଗଷ୍ଟ ୨୦ ତାରିଖରେ କଂଗ୍ରେସର ଅଧ୍ୟକ୍ଷ ସୋନିଆ ଗାନ୍ଧି କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ । ଏହି ବୈଠକରେ ମହାରାଷ୍ଟର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ସଞ୍ଜୟ ରାଉତ ମଧ୍ୟ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି । ତେବେ ଗତ କାଲି ବିବାଦୀୟ ସାଧାରଣ ବୀମା ବ୍ୟବସାୟ ସଂଶୋଧନ ବିଲ ୨୦୨୧ ରାଜ୍ୟସଭାରେ ପାରିତ ହୋଇଥିଲା । ଏହି ବିଲଟିକୁ ଏକ ଚୟନ କମିଟିକୁ ପଠାଇବାକୁ ବିରୋଧୀ ଦଳ ଦାବି କରିଥିଲେ । କେବଳ ଏତିକି ନୁହେଁ ବରଂ ଏହି ଦାବି ଉପରେ ସମଗ୍ର ବିରୋଧୀ ଏକଜୁଟ ହୋଇଥିବାର ଦେଖିବା ପାଇଁ ମିଳିଥିଲା ।

ଯେତେବେଳେ ସରକାର ଉତ୍ତେଜନା ମଧ୍ୟରେ ବିଲ ଉପରେ ଆଲୋଚନା ପାଇଁ ଚାପ ପକାଇଲେ ସେତେବେଳେ ସିପିଆଇ ସାଂସଦ ବିନାୟ ବିଶ୍ୱମ ସାମ୍ବାଦିକଙ୍କ ଡେସ୍କ ଉପରକୁ ଯିବାକୁ ଚେଷ୍ଟା କରିଥିଲେ । ଏହା ପରେ ଅଧ୍ୟକ୍ଷ ବିଜେଡି ସାଂସଦ ସସ୍ମିତ ପାତ୍ର ତୁରନ୍ତ ଗୃହକୁ ସ୍ଥଗିତ ରଖିଥିଲେ । ଏହାର କିଛି ସମୟ ପରେ ପ୍ରାୟ ୧୦ ଜଣ ମହିଳା ମାର୍ଶଲ ଏବଂ ପାଖାପାଖି ୫୦ ପୁରୁଷ ମାର୍ଶଲ ସାମ୍ପାଦିକଙ୍କ ଡେସ୍କ ଚାରିପଟେ ଘେରିଯାଇଥିଲେ । ଏପରିକି ବିରୋଧୀ ସାଂସଦଙ୍କର ଯିବାର ରାସ୍ତା ମଧ୍ୟ ବନ୍ଦ କରିଦେଇଥିଲେ ।

ତେବେ ଏହି ଘଟଣାର ପ୍ରତିବାଦ କରି ବିରୋଧୀ ସଂସଦ ବାହାରେ ବିକ୍ଷଭ କରୁଥିବାର ଦେଖିବା ପାଇଁ ମିଳିଛି । କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ପ୍ରାୟ ୧୫ଟି ବିରୋଧୀ ଦଳ ଏକାଠି ହୋଇ ବିଜୟ ଛକରୁ ସାଂସଦ ସଂସଦ ଅଭିମୁଖେ ଯାତ୍ରା କରିଥିଲେ । ତେବେ ସଂସଦ ପରିସରରେ ଥିବା ଗାନ୍ଧି ପ୍ରତିମୂତ୍ତି ପର୍ଯ୍ୟନ୍ତ ଏହି ଯାତ୍ରା କରାଯାଇଥିଲା । କେବଳ ଏତିକି ନୁହେଁ ବରଂ ମୌସୁମୀ ଅଧିବେଶନକୁ ସମୟ ପୂର୍ବରୁ ବନ୍ଦ କରି ଆଲୋଚନାରୁ କେନ୍ଦ୍ର ସରକାର ବଞ୍ଚିବା ପାଇଁ ଚାହୁଁଛନ୍ତି ବୋଲି ଅଭିଯୋଗ କରାଯାଇଥିଲା ।

Related Posts