ମହିଳା ହକି ଦଳର ଜାତୀୟ ଶିବିର : ୨୫ ଜଣିଆ ଦଳରେ ଓଡ଼ିଶାରୁ ଦୀପଗ୍ରେସ, ନମିତା, ଲିଳିମା, ରଶ୍ମିତା, ମାରିଆନା ସାମିଲ

(ସତ୍ୟପାଠ  ବ୍ୟୁରୋ) ଭୁବନେଶ୍ୱର : ଆଜି ଠାରୁ ବେଙ୍ଗାଲୁରୁର ସାଇ କେନ୍ଦ୍ରରେ ଆରମ୍ଭ ହେବାକୁ ଯାଉଛି ବରିଷ୍ଠ ମହିଳା ହକି ଖେଳାଳିଙ୍କ ଜାତୀୟ ହକି ଶିବିର। ଏହି ଶିବିର ପାଇଁ ହକି ଇଣ୍ଡିଆ ରବିବାର ୨୫ ଜଣିଆ ଦଳ ଘୋଷଣା କରିଛି। ଏହି ୨୫ ଜଣଙ୍କ ମଧ୍ୟରେ ଟୋକିଓ ଅଲିମ୍ପିକ୍ସରେ ଚତୁର୍ଥ ସ୍ଥାନ ଅକ୍ତିଆର କରିଥିବା ଭାରତୀୟ ଦଳର ୧୬ ଜଣ ସଦସ୍ୟାଙ୍କୁ ସ୍ଥାନ ମିଳିଛି। ତେବେ ୨୫ ଜଣିଆ ଦଳରେ ଓଡ଼ିଶାରୁ ମୋଟ୍‌ ୫ ଜଣ ଦଳରେ ସାମିଲ ହୋଇଛନ୍ତି । 

ସେମାନେ ହେଲେ ଦୀପଗ୍ରେସ ଏକ୍କା, ନମିତା ଟପ୍ପୋ, ଲିଳିମା ମିଞ୍ଜ, ରଶ୍ମିତା ମିଞ୍ଜ ଓ ମାରିଆନା କୁଜୁର ।ରଶ୍ମିତା ଏବେ କନିଷ୍ଠ ବର୍ଗରୁ ବରିଷ୍ଠ କୋର୍‌ ଗ୍ରୁପ୍‌କୁ ପଦୋନ୍ନତି ପାଇଛନ୍ତି।  ସେହିପରି ଦୀପଗ୍ରେସ ୧୬ ଜଣିଆ ଅଲିମ୍ପିକ୍ସ ଦଳରେ ସାମିଲ ରହିଥିଲେ । 

ସେ ଦଳର ଉପ ଅଧିନାୟିକା ନିଯୁକ୍ତ ହୋଇଥିଲେ । ଅପରପକ୍ଷରେ ନମିତା ଅତିରିକ୍ତି ଖେଳାଳି ଭାବେ ଟୋକିଓ ଯାତ୍ରା କରିଥିଲେ । ଲିଳିମା, ରଶ୍ମିତା ଓ ମାରିଆନାଙ୍କୁ ଶିବିରରେ ସାମିଲ କରାଯାଇଛି । 

ଏହି ଶିବିର ଅକ୍ଟୋବର ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଅନ୍ୟପକ୍ଷରେ ଟୋକିଓ ଅଲିମ୍ପିକ୍ସ ଦଳରେ ସ୍ଥାନ ପାଇଥିବା ସାଲିମା ଟେଟେ, ଲାଲ୍‌ରେମ୍‌ସିଆମି, ସର୍ମିଲା ଏବଂ ବିଚୁ ଦେବୀ ସେହି ବେଙ୍ଗାଲୁରୁର ସାଇ କ୍ୟାମ୍ପସ୍‌ରେ ଆୟୋଜିତ ହେଉଥିବା କନିଷ୍ଠ ବାଳିକା ଶିବିରରେ ଯୋଗଦେବେ ବୋଲି ହକି ଇଣ୍ଡିଆ କହିଛି।

ଶିବିର ପାଇଁ ୨୫ ଜଣିଆ ଦଳ : ସବିତା, ରଜନୀ ଏଟିମାର୍ପୁ, ଦୀପଗ୍ରେସ ଏକ୍କା, ରିନା ଖୋଖର, ମନପ୍ରୀତ କୌର, ଗୁରଜିତ କୌର, ନୀଶା, ନିକି ପ୍ରଧାନ, ମୋନିକା, ନେହା, ଲିଳିମା ମିଞ୍ଜ, ସୁଶୀଳା ଚାନୁ, ନମିତା ଟପ୍ପୋ, ରାଣୀ, ବନ୍ଦନା କାଟାରିଆ, ନଭଜୋତ କୌର, ନଭନୀତ କୌର, ରାଜୱିନ୍ଦର କୌର, ଉଦିତା, ରଶ୍ମିତା ମିଞ୍ଜ, ଜ୍ୟୋତି, ଗଗନଦୀପ କୌର, ମାରିଆନା କୁଜୁର, ସୁମନ ଦେବୀ ଓ ମହିମା ଚୌଧୁରୀ।

Related Posts